You are here
Home > ଏଣ୍ଟରଟେନମେଣ୍ଟ > କଙ୍ଗନାଙ୍କୁ ଝଟକା!

କଙ୍ଗନାଙ୍କୁ ଝଟକା!

ନିଜ ଶକ୍ତି ବଳରେ ଫିଲ୍ମ ସଫଳ କରାଇପାରୁଥିବା ଅଭିନେତ୍ରୀ କଙ୍ଗନା ରନାୱତଙ୍କୁ ଲାଗିଛି ଜୋରଦାର ଝଟକା । ନିକଟରେ ମୁକ୍ତିଲାଭ କରିଥିବା, ତାଙ୍କର ଚଳଚ୍ଚିତ୍ର ‘ସିମରନ’ ବକ୍ସ ଅଫିସରେ ଆଣ୍ଠେଇଲାଣି । ୨୦୧୫ରେ କଙ୍ଗନାଙ୍କ ଅଭିନୀତ ‘ତନୁ ୱେଡ୍ସ ମନୁ ରିଟର୍ନସ୍’ ବିପୁଳ ବ୍ୟବସାୟିକ ସଫଳତା ହାସଲ କରିବା ପରେ ତାଙ୍କ ପାଦ ତଳେ ଲାଗୁ ନଥିଲା । ଆତ୍ମବିଶ୍ୱାସ ବଢ଼ି ଔଦ୍ଧତ୍ୟସ୍ତରରେ ପହଞ୍ଚିଥିଲା । ସେ କାହାକୁ ଖାତିର ନକରି ବୟାନବାଜି ଆରମ୍ଭ କରିଥିଲେ । ଏବେ କ୍ରମାଗତ ଭାବେ ତାଙ୍କର ଚାରି ଚାରିଟି ଫିଲ୍ମ ‘ଆଇ ଲଭ୍ ନିଉ ଇଅର’, ‘କଟ୍ଟୀ ବଟ୍ଟୀ’, ‘ରଙ୍ଗୁନ’ ଓ ‘ସିମରନ’ ଫ୍ଲପ୍ ହେବାରୁ ସେ ଭୟଭୀତ ହୋଇପଡ଼ିଛନ୍ତି । ଆଗରୁ କହୁଥିଲେ ବଡ଼ ଷ୍ଟାରଙ୍କ ସହ କାମ କରିବେ ନାହିଁ । କଟୁ ବାକ୍ୟ ପ୍ରୟୋଗ ଯୋଗୁଁ ହ୍ରିତକ ରୋଶନ, ଅଜୟ ଦେବଗନ, ସଞ୍ଜୟ ଦତ୍ତ ଆଦିଙ୍କ ସହ ତାଙ୍କର କଟି ହୋଇସାରିଛି । ଖାନ୍ମାନେ, ତାଙ୍କୁ ଅନଉନାହାନ୍ତି । କରଣ ଜୋହର, ଆଦିତ୍ୟ ପଞ୍ଚୋଲୀଙ୍କ ସହ ବିବାଦ । ଏତେ ବିବାଦୀୟ ହେଲେ, ଜଣେ ଆଗକୁ ବଢ଼ିବ କିପରି? ଏବେ ସୁଧୁରିବା ଲାଗି ତାଙ୍କୁ ପରାମର୍ଶ ଦିଆଯାଇଛି । ଯଦି ବଦଳିବେ, ଶାହାରୁଖ ଖାନ୍ ତାଙ୍କ ସହ ଅଭିନୟ କରିବାକୁ ରାଜି ।

ONA

Leave a Reply

Top