You are here
Home > ଅଧିକ ଖବର > କଏଦୀ ନଂ ୯୨୩୫

କଏଦୀ ନଂ ୯୨୩୫

ଆଶା କରିଥିଲେ ତାମିଲନାଡୁର ମୁଖ୍ୟମନ୍ତ୍ରୀ ହେବେ । କ୍ଷମତାକୁ ଉପଭୋଗ କରିବେ । ସେଥିପାଇଁ ଗୋଟି ଚଳାଇଥିଲେ । ପନ୍ନିରସେଲଭମଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇଥିଲେ । ହେଲେ ଭାଗ୍ୟ ସାଥ୍ ଦେଲାନି । ୨୦ ବର୍ଷ ତଳର ପୁରୁଣା ମାମଲା ଘାଣ୍ଟିଲା । ଆୟବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ସୁପ୍ରିମକୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିବା ପରେ ନିଜକୁ ଜୟାଙ୍କ ଉତ୍ତରାଧିକାରୀ ତଥା ନିଜକୁ ଚିନ୍ନାମ୍ମା ବୋଲି କହି ବୁଲୁଥିବା ଶଶିକଳା ଏବେ ଜେଲରେ । ମାଜିଷ୍ଟ୍ରେଟଙ୍କ କୋର୍ଟରେ ଆତ୍ମସମର୍ପଣ କରିବା ପରେ ବେଙ୍ଗାଳୁରୁ ପାରପ୍ପାନ ଆଗ୍ରାହର ସେଣ୍ଟ୍ରାଲ ଜେଲରେ ବିଚାରାଧୀନ କଏଦୀ ଭାବେ ସେ ଦିନ କାଟୁଛନ୍ତି । ତାଙ୍କୁ କଏଦୀ ନମ୍ବର ୯୨୩୫ ମିଳିଛି । ଶଶିକଳା ଜେଲରେ ପ୍ରାୟ ତିନି ବର୍ଷ ୧୧ ମାସ କଟାଇବେ । ତାଙ୍କୁ ମୋଟ ୪ ବର୍ଷ ଜେଲ ଦଣ୍ଡାଦେଶ ହୋଇଥିଲା । ତେବେ ପୂର୍ବରୁ ସେ ୨୧ଦିନ ସେହି ପାରାପ୍ପାନ ଆଗ୍ରାହର ସେଣ୍ଟ୍ରାଲ ଜେଲରେ କଟାଇସାରିଥିଲେ । ଜେଲରେ ଶଶିକଳାଙ୍କ କୋଠରୀରେ ଫ୍ୟାନ ଲାଗିଥିବା ବେଳେ ତାଙ୍କୁ ଏକ ତକିଆ, କମ୍ବଳ ଏବଂ ବେଡସିଟ ଦିଆଯାଇଛି । ତାଙ୍କୁ ବିଚାରଧୀନ କଏଦୀ ଭାବେ ମହମବତି ତିଆରି କରିବାକୁ କାମ ଦିଆହୋଇଛି । ଏଥିପାଇଁ ତାଙ୍କୁ ଦୈନିକ ୫୦ ଟଙ୍କା ମଜୁରି ମିଳିବ । କ୍ଷମତା ଉପଭୋଗ ସାଙ୍ଗକୁ ଅୟସରେ ଦିନ କାଟୁଥିବା ଶଶିକଳାଙ୍କ ପାଇଁ ଜେଲ ଜୀବନ ଅସହ୍ୟ ହୋଇପଡିଛି । ହେଲେ ସେ ଜେଲରେ ରହିଥିଲେ ମଧ୍ୟ ନିଜ ଅନୁଗତ ଏ. ପାଲାନିସ୍ୱାମୀଙ୍କୁ ଏଆଇଏଡିଏମକେ ବିଧାୟକ ଦଳ ନେତା ଭାବେ ଚୟନ କରିଥିଲେ । ଏବେ ପାଲାନିସ୍ୱାମୀ ରାଜ୍ୟର ମୁଖ୍ୟମନ୍ତ୍ରୀ । ସେହିପରି ନିଜ ଅନୁଗତଙ୍କୁ ମଧ୍ୟ ରାଜନୀତିକୁ ଆଣି ଶଶିକଳା ରାଜନୈତିକ ଗୋଟି ଚଳାଇଛନ୍ତି । ଜେଲରୁ ମୁକୁଳିବା ପରେ ସୁପ୍ରିମକୋର୍ଟଙ୍କ ନିଦେ୍ର୍ଦଶ କ୍ରମେ ଶଶିକଳା କିଛି ବର୍ଷ ପାଇଁ ନିର୍ବାଚନ ଲଢିପାରିବେ ନାହିଁ । ସେହିପରି ଦଳର ମହାସଚିବ ଭାବେ ତାଙ୍କର ନିଯୁକ୍ତିକୁ ନେଇ ପ୍ରଶ୍ନ ଉଠିଛି । ଏସବୁ ଭିତେର ହାତପାଆନ୍ତାରୁ ମୁଖ୍ୟମନ୍ତ୍ରୀ ଚୌକି ଖସି ଯିବା ସହ ଜେଲକୁ ଯିବା ଚିନ୍ନାମ୍ମାଙ୍କୁ ଢେର ଦୁଃଖ ଦେଇଛି ।

ONA

Leave a Reply

Top