You are here
Home > Breaking News > କଂଗ୍ରେସରୁ ଇସ୍ତଫା ଦେଲେ ଅଭିନେତା ବିଜୟ ମହାନ୍ତି

କଂଗ୍ରେସରୁ ଇସ୍ତଫା ଦେଲେ ଅଭିନେତା ବିଜୟ ମହାନ୍ତି

ଭୁବନେଶ୍ୱର: ଓଡ଼ିଆ ସିନେ ଅଭିନେତା ବିଜୟ ମହାନ୍ତି ଆଜି କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି । ଗଣମାଧ୍ୟକୁ ଏ ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି ମୁଁ କଂଗ୍ରେସରେ ଅନେକ ଦିନ ପୂର୍ବରୁ ଯୋଗ ଦେଇଥିଲେ ମଧ୍ୟ କଂଗ୍ରେସ ଦଳ ସହିତ ମୋର ବିଶେଷ ସମ୍ପର୍କ ନଥିଲା । ଏକ ପ୍ରଶ୍ନର ଉତ୍ତର ଦେଇ ଅଭିନେତା ବିଜୟ ମହାନ୍ତି କହିଛନ୍ତି ମୁଁ ଏହି ଦଳରେ ଯୋଗ ଦେବାବେଳେ ଦଳର ଅବସ୍ଥା ଯେପରି ଥିଲା ଏବେ ମଧ୍ୟ ସେହିପରି ରହିଛି । ନିଜର ବ୍ୟକ୍ତିଗତ କାରଣରୁ କଂଗ୍ରେସରୁ ଇସ୍ତଫା ଦେଇଛି ବୋଲି କହିଛନ୍ତି ଏହି ଭେଟେରାନ୍ ସିନେ ଅଭିନେତା ।

ତେବେ ବିଜେପୁର ନିର୍ବାଚନ ପୂର୍ବରୁ ଅନେକ ଓଡ଼ିଆ ଅଭିନେତା ଓ ଅଭିନେତ୍ରୀ ବିଜେପିରେ ଯୋଗ ଦେଇଥିବା ବେଳେ ଅନେକ ଅଭିନେତା ବିଜେଡ଼ିରେ ମିଶି ନିର୍ବାଚନ ମଧ୍ୟ ଲଢିଛନ୍ତି । ଏବେ କିଛି ଅଭିନେତା ବିଜେଡ଼ି ମୁହାଁ ହେଉଥିବା ବେଳେ ବିଜୟ ମହାନ୍ତି କେଉଁ ଦଳରେ ମିଶିବେ ତାହା ଏବେ ଚର୍ଚ୍ଚା ଚାଲିଛି ।

ONA

Leave a Reply

Top