You are here
Home > ଲାଟେଷ୍ଟ > ଓଡ଼ିଶା ଗସ୍ତରେ କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋ; କହିଲେ ଡରିବେନି ଅଣ୍ଡାମାଡକୁ

ଓଡ଼ିଶା ଗସ୍ତରେ କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋ; କହିଲେ ଡରିବେନି ଅଣ୍ଡାମାଡକୁ

ଭୁବନେଶ୍ୱର: ଓଡ଼ିଶାରେ ମନ୍ତ୍ରୀଙ୍କୁ ଘାରିଛି ଅଣ୍ଡାମାଡ ଭୟ । ରାଜ୍ୟ ମନ୍ତ୍ରୀ ହୁଅନ୍ତୁ ଅବା କେନ୍ଦ୍ର ମନ୍ତ୍ରୀ, ଅଣ୍ଡାମାଡ ହେବାଟା ଥୟ । ଦିନ କେଇଟା ଆଗରୁ ନିଜ ଗଡ କେନ୍ଦ୍ରାପଡାରେ ବିଜେଡି ସାଂସଦ ବୈଜୟନ୍ତ ପଣ୍ଡା ଅଣ୍ଡାମାଡର ଶିକାର ହୋଇଥିଲେ । ପରେ ପେର କେନ୍ଦ୍ର ଆବିବାସୀ କଲ୍ୟାଣ ମନ୍ତ୍ରୀ ଜୁଏଲ ଓରାମଙ୍କୁ ବିଜେଡି ଓ କଂଗ୍ରେସ କର୍ମୀ କଳାପତାକା ସାଙ୍ଗକୁ ଅଣ୍ଡା ମାଡ କରିଥିଲେ । ଏହାକୁ ନେଇ ରାଜ୍ୟ ରାଜନୀତି ସରଗରମ ରହିଛି । ଆଉ ଆଜି ପୁଣି ଜଣେ କେନ୍ଦ୍ର ମନ୍ତ୍ରୀ ଓଡ଼ିଶା ଗସ୍ତରେ ଆସିଛନ୍ତି । କେନ୍ଦ୍ରରେ ଏନଡିଏ ସରକାର ୩ ବର୍ଷ ପୂର୍ତ୍ତି ଅବସରରେ ଦଳ ପକ୍ଷରୁ ସବକା ସାଥ୍ ସବକା ବିକାଶ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଏଥିପାଇଁ ଓଡ଼ିଶାକୁ ଜଣେ ପରେ ଜଣେ କେନ୍ଦ୍ରମନ୍ତ୍ରୀ ଆସିବାରେ ଲାଗିଛନ୍ତି । ଆଜି କେନ୍ଦ୍ର ଭାରି ଶିଳ୍ପ ଓ ସାଧାରଣ ଉଦ୍ୟୋଗ ମନ୍ତ୍ରୀ ବାବୁଲ ସୁପ୍ରିୟୋ ଓଡ଼ିଶା ଗସ୍ତରେ ଆସିଛନ୍ତି ।
ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ବାବୁଲ ସୁପ୍ରିୟୋ ଆଜି ଭଦ୍ରକ ଜିଲ୍ଲା ଧାମନଗରରେ ଆୟୋଜିତ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି । ଭୁବନେଶ୍ୱର ବିମାନବନ୍ଦରରେ ଦଳ ପକ୍ଷରୁ ତାଙ୍କୁ ଭବ୍ୟ ସ୍ୱାଗତ ସମ୍ବଦ୍ଧ୍ୱର୍ନା ଦିଆଯାଇଥିଲା । ଓଡ଼ିଶାରେ କେନ୍ଦ୍ରମନ୍ତ୍ରୀଙ୍କୁ ଅଣ୍ଡାମାଡ ପ୍ରସଙ୍ଗରେ ଗଣମାଧ୍ୟମର ଏକ ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି ଯେ, ମୋ ଗାଡିକୁ ଅଣ୍ଡାମାଡ କଲେ ମୁଁ ଡରିବି ନାହିଁ, ବରଂ ସେହି ଅଣ୍ଡାକୁ ଆମେ ଆମଲେଟ କରିବୁ । ଏହା ସହିତ ଟମାଟୋ ମଧ୍ୟ ପକାନ୍ତୁ ବୋଲି ସେ ବିରୋଧୀଙ୍କୁ କଟାକ୍ଷ କରିଛନ୍ତି । ଉଭୟ ଶାସକ ଦଳ ବିଜେଡି ଓ କଂଗ୍ରେସ ମିଶି କରି ଓଡ଼ିଶାବାସୀଙ୍କୁ ଲୁଟିଛନ୍ତି । ସେଥିପାଇଁ ସେ ଲୋକଙ୍କ ବିକାଶ କାର୍ଯ୍ୟକ୍ରମରେ ବାଧା ଦେଉଛନ୍ତି । ମାତ୍ର ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଏହା ଆମକୁ ଆଗକୁ ସାହାର୍ଯ୍ୟ କରିବ ବୋଲି ବାବୁଲ ସୁପ୍ରିୟୋ କହିଛନ୍ତି । ଚିଟଫଣ୍ଡ ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ଯେ, ଚିଟଫଣ୍ଡ କେସର ତଦନ୍ତରେ ସହଯୋଗ କରିବାକୁ ସେ ପ୍ରସ୍ତୁତ ଅଛନ୍ତି ।

ONA

Leave a Reply

Top