You are here
Home > ଲାଇଫ୍ ଷ୍ଟାଇଲ୍ > ଓଡ଼ିଶାରେ କମିଛି ଶିଶୁ ମୃତୁ ୍ୟହାର

ଓଡ଼ିଶାରେ କମିଛି ଶିଶୁ ମୃତୁ ୍ୟହାର

ଭୁବନେଶ୍ୱର: ଓଡ଼ିଶାରେ ହ୍ରାସ ପାଇଛି ଶୁଶୁ ମୃତୁ ୍ୟହାର । ଅନ୍ୟ ପଡୋଶୀ ରାଜ୍ୟ  ତଥା ଜାତୀୟ ହାର ତୁଳନାରେ ବିଗତ ୧୬ ବର୍ଷ ମଧ୍ୟରେ ଆମ ରାଜ୍ୟରେ ଶିଶୁ ମୁତୁ୍ୟ ହାରରେ ଉଲ୍ଲେଖନୀୟ ଭାବେ ହ୍ରାସ ପାଇଥିବାରୁ ଏଥିପାଇଁ ସମ୍ପୃକ୍ତ ବିଭାଗ ଗୁଡିକୁ ଧନ୍ୟବାଦ ଦେଇଛନ୍ତି ମୁଖ୍ୟମନ୍ତ୍ର । ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେକ୍ଷଣ ବା  ଏନଏଫଏଚଏସ ରିପୋର୍ଟ ଅନୁସାରେ ୨୦୦୦ ମସିହାରେ ରାଜ୍ୟରେ ପ୍ରତି ୧୦୦୦ ନବଜାତ ଶିଶୁଙ୍କ ମଧ୍ୟରୁ ୫୬ଜଣଙ୍କ ମୃତୁ୍ୟ ହୋଇଥିବା ବେଳେ ୨୦୧୫-୧୬ରେ  ଏହା ୪୦କୁ ହ୍ରାସ ପାଇଛି । ଯାହାକି ଜାତୀୟ ସ୍ତରରେ ଶିଶୁ ମୃତୁ୍ୟ ହାର ଠାରୁ ବି କମ୍ ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି । ଗତକାଲି ସଚିବାଳୟରେ ଅନୁଷ୍ଠିତ ଏକ ବୈଠକରେ ଏ ନେଇ ବିଭାଗୀୟ ଅଧିକାରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିଥିଲେ  । ଏହି ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ସଂପୃକ୍ତ ବିଭାଗରେ କାର୍ଯ୍ୟ କରୁଥିବା ସମସ୍ତ କର୍ମଚାରୀଙ୍କୁ ଧନ୍ୟବାଦ ଦେଇଛନ୍ତି । ବୈଠକରେ ମୁଖ୍ୟ ଶାସନ ସଚିବ ଆଦିଦ୍ୟ ପାଢ଼ୀ, ଉନ୍ନୟନ କମିଶନର, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବ , ମହିଳା ଓ ଶିଶୁ କଲ୍ୟାଣ ବିଭାଗର ସଚିବ ପ୍ରମୁଖ ଉପସ୍ଥିତ ଥିଲେ । ଗୋଟିଏ ପଟେ ସରକାରୀ କାଗଜ କଲମରେ ଶିଶୁ ମୃତୁ୍ୟ କମିଥିଲେ ବି ବାସ୍ତବ ଚିତ୍ର ଓଲଟା । ଗତବର୍ଷ କଟକଶିଶୁ ଭବନରେ ଶତାଧିକ ଶିଶୁଙ୍କ ମୃତୁ୍ୟ ଘଟିଥିଲା । ସେହିପରି ଆଜି ଏକ ନବଜାତ ଶିଶୁର ଶତବକୁ ବୁଲା କୁକୁର ଟାଣି ଖାଇବାର ହୃଦୟବିଦାରକ ଦୃର୍ଶ୍ୟ ଦେଖିବାକୁ ମିଳିଛି । ବଲାଙ୍ଗୀରର ଠିକାଦାରପଡା ଛକରେ ଏଭଳି ଘଟଣା ଦେଖିବାକୁ ମିିଳିଛି  । ଗତକାଲି ରାତିରେ କେହିଜଣେ ଠିକାଦାରପଡା ଛକ ନିକଟ ପୋଲ ପାଖରେ  ମୃତ ଶିଶୁଟିକୁ ପିଙ୍ଗି ଦେଇ ଚାଲିଯାଇଥିଲେ । ଏହାପରେ କୁକୁରମାନେ ସେଇ ମୃତଦେହକୁ ଟାଣି ଆଣି ଖାଉଥିବାର ଦେଖିବାକୁ ମିଳିଛି ।

ONA

Leave a Reply

Top