You are here
Home > ଲାଟେଷ୍ଟ > ଓଡ଼ିଶାକୁ ମୋଦିଙ୍କ ପ୍ରଶଂସା

ଓଡ଼ିଶାକୁ ମୋଦିଙ୍କ ପ୍ରଶଂସା

ଭୁବନେଶ୍ୱର: ଓଡ଼ିଶାର ପଞ୍ଚାୟତ ନିର୍ବାଚନରେ ବିଜେପିକୁ ଭଲ ସଫଳତା ମିଳିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟବାସୀଙ୍କୁ ପ୍ରଶଂସା କରିଛନ୍ତି । କନୌଜରେ ଆୟୋଜିତ ଏକ ନିର୍ବାଚନୀ ସଭାରେ ସେ କହିଛନ୍ତି, ଓଡ଼ିଶାରେ ବିଜେପି ଦୁର୍ବଳ ଥିଲା, ଲୋକସଭାରେ ବି ସାଂସଦଙ୍କ ସଂଖ୍ୟା କମ୍ ଥିଲା । ହେଲେ ପଞ୍ଚାୟତ ନିର୍ବାଚନରେ ରାଜ୍ୟରେ ପାର୍ଟିକୁ ଅଦ୍ଭୁତପୂର୍ବ ସଫଳତା ମିଳୁଛି । ଗାଁ ଗହଳିର ଗରିବ  ଲୋକମାନେ ଏଥିରେ ମତଦାନ କରୁଛନ୍ତି । ବିମୁଦ୍ରାୟନପରେ ଭ୍ରଷ୍ଟାଚାର କମିଥିବାରୁ ବିଜେପିକୁ ଏହି ସଫଳତା ମିଳିଥିବା ମୋଦି କହିଛନ୍ତି । ଦେଶର ଗରିବ ଲୋକମାନେ ବିଜେପିକୁ ସମର୍ଥନ କରିଛନ୍ତି । ଭାଜପାକୁ ସଫଳତା ମିଳିଥିବାରୁ ସେ ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି ।

ONA

Leave a Reply

Top