You are here
Home > ଏଣ୍ଟରଟେନମେଣ୍ଟ > ଓନ୍ଲି ପ୍ୟାର୍

ଓନ୍ଲି ପ୍ୟାର୍

ଓଲିଉଡର ଚକୋଲେଟ୍୍ ବୟ ବାବୁସାନ୍ । ନିକଟରେ ବାବୁସାନଙ୍କ ଅଭିନୀତ ଫିଲ୍ମ ହିରୋ ନମ୍ବର-୧ କାଫିି ସଫଳତା ହାସଲ କରିଛି । ଏହି ଫିଲ୍ମର ସଫଳତା ପରେ ବାବୁସାନ ନିଜ ପରବର୍ତ୍ତୀ ପ୍ରୋଜେକ୍ଟ ପାଇଁ ଅଣ୍ଟା ଭିଡିଲେଣି । ଲଭ୍୍ ପାଇଁ କୁଛ ଭି କରେଗା ଫିଲ୍ମ ଜରିଆରେ ଓଲିଉଡରେ ଡେବ୍ୟୁ କରିଥିଲେ ନ୍୍ୟୁକମର୍୍ ସୁପ୍ରିୟା । ଫିଲ୍ମରେ ଦୁହିଁଙ୍କ ଯୋଡିକୁ କାଫି ପସନ୍ଦ କରିଥିଲେ ଦର୍ଶକ । ତେବେ ପୁଣି ଥରେ ଏହି ଯୋଡିକୁ ବଡ ପରଦାରେ ଦେଖିବାକୁ ମିଳିବ । ହଁ ଭିନ୍ନ ଏକ ଲଭ୍୍ ଷ୍ଟୋରିକୁ ନେଇ ନିର୍ଦ୍ଦେଶକ ତାପସ ସରଘରିଆ ପୁଣି ଥରେ ଦର୍ଶକଙ୍କ ସାମ୍ନାକୁ ଆସୁଛନ୍ତି । ଯାହାର ନାଁ ରହିଛି ଓନ୍ଲି ପ୍ୟାର୍ । ନିକଟରେ ଭୁବନେଶ୍ୱରରେ ଫିଲ୍ମର ଶୁଭ ମହୁରତ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ଫିଲ୍ମର ପୁରା ଷ୍ଟାରକାଷ୍ଟଙ୍କ ସହ ମେୟର ଅନନ୍ତ ନାରାୟଣ ଜେନା, ରାଜନେତା ପ୍ରସନ୍ନ ପାଟ୍ଟଶାଣୀ ପ୍ରମୁଖ ଉପସ୍ଥିତ ଥିଲେ । ଏହା ଏକ ରୋମାଣ୍ଟିକ ଲଭ୍୍ ଷ୍ଟୋରି । ଫିଲ୍ମରେ ବାବୁସାନଙ୍କ ଅନ୍ଦାଜ ପୁରା ଭିନ୍ନ ରହିବ । ତେବେ ଫିଲ୍ମରେ ଆଉ ଏକ ଟ୍ୱିଷ୍ଟ ହେଉଛି ଏଥିରେ ଜଣେ ନୁହେଁ ବରଂ ଦୁଇ ଦୁଇଟି ଅଭିନେତ୍ରୀଙ୍କ ସହ ରୋମାନ୍ସ କରିବେ ବାବୁସାନ । ଏହି ଦୁଇ ଅଭିନେତ୍ରୀ ହେଉଛନ୍ତି ସୁପ୍ରିୟା ଏବଂ ଅଲିଶା । ସୁପ୍ରିୟା ଲିଡ୍୍ ରୋଲରେ ଥିବା ବେଳେ ଅଲିଶା ପାଶ୍ୱର୍ ଅଭିନେତ୍ରୀ ଭାବେ ଦେଖା ଦେବେ । ମୁନ୍୍ ସାଇନ୍୍ ଏଣ୍ଟରଟେନମେଣ୍ଟ ବ୍ୟାନରରେ ତିଆରି ଏହି ଫିଲ୍ମର ପ୍ରଯୋଜନା ଦାୟିତ୍ୱ ସମ୍ଭାଳିଛନ୍ତି ସୁନିଲ କୁମାର ଦାସ । ନୂଆ ବର୍ଷରେ ପିଲ୍ମ ରିଲିଜ ହେବ ବୋଲି ଜଣାପଡିଛି ।

ONA

Leave a Reply

Top