You are here
Home > ଅଧିକ ଖବର > ଓଡିଶାରୁ କେନ୍ଦ୍ରୀୟ କାର୍ଯ୍ୟାଳୟ ଉଠାଇନେବା ପ୍ରତିବାଦରେ ବିଧାନସଭାରେ ଉଦବେଗ

ଓଡିଶାରୁ କେନ୍ଦ୍ରୀୟ କାର୍ଯ୍ୟାଳୟ ଉଠାଇନେବା ପ୍ରତିବାଦରେ ବିଧାନସଭାରେ ଉଦବେଗ

ଭୁବନେଶ୍ବର : ଓଡିଶାରୁ ଉଠିଯିବ କେନ୍ଦ୍ର ପାଠ୍ୟ ପୁସ୍ତକ ମୁଦ୍ରଣାଳୟ । ଏହାକୁ କଲିକତାକୁ ଉଠାଇ ନିଆଯିବା ଲାଗି ଯୋଜନା ଆରମ୍ଭ କରିଛନ୍ତି କେନ୍ଦ୍ର ସରକାର । ସେହିପରି ଏଲଆଇସି ଜୋନାଲ କାର୍ଯ୍ୟଳୟକୁ ବି ପାଟଣାକୁ ଉଠାଇନେବାକୁ ଚକ୍ରାନ୍ତ କରୁଛି କେନ୍ଦ୍ର । ଏହାକୁ ନେଇ ଆଜି ବିଧାନସଭାରେ ଉଦବେଗ ପ୍ରକାଶ ପାଇଛି । ଏନେଇ ଉଭୟ ଶାସକ ଓ ବିରୋଧୀ ଦଳ ଉଦବେଗ ପ୍ରକାଶ କରିଛନ୍ତି । ଶାସକ ଦଳ ମୁଖ୍ୟ ସଚେତକ ଏହି ପ୍ରସଙ୍ଗ ଉଠାଇ କହିଛନ୍ତି ଏହା ରାଜ୍ୟ ପ୍ରତି କେନ୍ଦ୍ରର ଅବିଚାରିତ ନିଷ୍ପତ୍ତି । ରାଜ୍ୟରେ କୋଟିଏ ୧୦ ଲକ୍ଷ ପଲିସି ଧାରୀ ଅଛନ୍ତି ରାଜ୍ୟରେ ୪ଟି ଜୋନ ଥିବା ବେଳେ ୩ଟି କାର୍ଯ୍ୟଳୟ ଅଛି । ଉତ୍ତର ଓଡିଶାରେ ଆଉ ଏକ କାର୍ଯ୍ୟାଳୟଖୋଲିବା ସହ ଆଉ ଏକ ଜୋନାଲ ଅଫିସ ଖୋଲାଯିବା ଦରକାର ।ସେପଟେ ବିରୋଧୀଦଳ ମୁଖ୍ୟସଚେତକ କହିଛନ୍ତି ରାଜ୍ୟସରକାର ରଖିନପାରିବାରୁ ଅଫିସ ଉଠିଯାଉଛି ।ଏହା ବିରୋଧରେ ଜନ ଆନ୍ଦୋଳନ ହେବା ଜରୁରୀ ବୋଲି ତାରାପ୍ରସାଦ ବାହିନି ପତି କହିଛନ୍ତି । ସେପଟେ ବିଜେପି କହିଛି ଏହା ଉପରେ ତର୍ଯମା ହେବା ଦରକାର । ରାଜ୍ୟ ସରକାର ଅନେକ ସମୟରେ କେନ୍ଦ୍ରୀୟ ଅନୁଷ୍ଟାନ ଗୁଡିକୁ ସାହାଯ୍ୟ ସହଯୋଗ ଓ ସହାୟତା କରୁନଥିବାରୁ ଏମିତି ସ୍ଥି ହେଉଛି । ଏବେ ରାଜ୍ୟ ସରକାର କେନ୍ଦ୍ରକୁ ଚିଠି ଲେଖି ପ୍ରତିବାଦ କରନ୍ତୁ ବୋଲି କହିଛନ୍ତି ବିଜେପି ବିଧାୟକ ପ୍ରଦୀପ ପୁରୋହିତ ।

ONA

Leave a Reply

Top