You are here
Home > ଲାଇଫ୍ ଷ୍ଟାଇଲ୍ > ଓଠର ଯତ୍ନ

ଓଠର ଯତ୍ନ

ସୁନ୍ଦର ଓଠ କାହାକୁ ନ ପସନ୍ଦ । ସବୁ ମହିଳା ଚାହାନ୍ତି ଏକ ନରମ ଓ ଗୋଲାପି ଓଠ । ସୁନ୍ଦର ଓ ଆଟ୍ରାକ୍ଟିଭ ଓଠ ଚେହେରାକୁ ଏକ ଭିନ୍ନ ଲୁକ ଦେଇଥାଏ । ତେବେ ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ଓଠର ଯତ୍ନ ନେବା କାଠିକର ପାଠ ହୋଇଯାଉଛି । ଉତ୍ତମ ପୋଷାକଯୁକ୍ତ ଖାଦ୍ୟ, ଲିପ୍ ବାମ ଆଦିର ବ୍ୟବହାର ସତ୍ତେ୍ୱ ବେଳେ ବେଳେ ଓଠର ପ୍ରାକୃତିକ ରଙ୍ଗ ନଷ୍ଟ ହେଉଛି । ଓଠ କଳା ପଡିବା ସହ କର୍କଶ ମଧ୍ୟ ଦେଖାଯାଉଛି । ଏହାସହ ଅଧିକ ସମୟ ଖରାରେ ବୁଲିଲେ, ଧୂମପାନ କଲେ ଏବଂ ବୟସ ବଢିଲେ ମଧ୍ୟ ଓଠ କଳା ପଡିଥାଏ । ତେବେ ଏଥିରେ ବ୍ୟସ୍ତ ହେବାର ଆବଶ୍ୟକତା ନାହିଁ । କିଛି ଘରୋଇ ଉପଚାର ମାଧ୍ୟମରେ ଏଭଳି ସମସ୍ୟା ଦୂର ହୋଇପାରିବ ।
♦ ପାଞ୍ଚ ସାତ ବୁନ୍ଦା ଅଲିଭ ତେଲରେ ଏକ ଚାମଚ ଚିନି ଫେଣ୍ଟି ସପ୍ତାହରେ ଥରେ ଓଠରେ ଲଗାନ୍ତୁ । ଓଠ ନରମ ରହିବା ସହ ଉଜ୍ଜ୍ୱଳତା ବଢିବ ।
♦ ଓଠକୁ ନରମ ଓ ସୁନ୍ଦର କରିବା ଚିନିର ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ । ତିନି ଚାମଚ ଚିନି ପାଉଡରରେ ଦୁଇ ଚାମଚ ଲହୁଣି ମିଶାନ୍ତୁ । ଏହି ମିଶ୍ରଣକୁ ଓଠରେ ଲଗାଇ କିଛି ସମୟ ଛାଡି ଦିଅନ୍ତୁ । ପରେ ଥଣ୍ଡା ପାଣିରେ ଓଠ ଧୋଇ ଦିଅନ୍ତୁ । ଚିନି ମୃତ କୋଷକୁ ବାହାର କରିବାରେ ସାହଯ୍ୟ କରିବା ବେଳେ ରହୁଣି ଦ୍ୱାରା ଓଠରେ ଚମକ ଆସିବା ସହ ଓଠ ନରମ ହୋଇଥାଏ ।
♦ ରାତିରେ ଶୋଇବା ପୂର୍ବରୁ ଓଠରେ ଲେମ୍ବୁ ରସ ଲଗାନ୍ତୁ । କିଛି ମାସ ନିୟମିତ ଲାଗାଇଲେ ସୁଫଳ ମିଳିବ । ଫାଳେ ଲେମ୍ବୁରେ ଚିନି ମିଶାଇ ଓଠରେ ଘଷନ୍ତୁ । ଏହାଦ୍ୱାରା ଓଠରେ ଥିବା ମୃତ କୋଷ ବାହାରିଯାଏ ।କଳାଦାଗ ଓ ଓଠ ଫାଟିବା ସମସ୍ୟା ଦୂର ହେବ ।
♦ କିଛି ହଳଦୀରେ ଅଳ୍ପ ପରିମାଣର କ୍ଷୀର ମିଶାନ୍ତୁ । ପ୍ରଥମେ ନିଜ ଓଠକୁ ଓଦା କରି ଏକ କପଡା ସାହାଯ୍ୟରେ ସଫା କରନ୍ତୁ । ପରେ ଏହି ପେଷ୍ଟ ଲଗାନ୍ତୁ । ୨-୩ ମିନିଟ ପରେ ଏହାକୁ କାଢି ଦିଅନ୍ତୁ । ପରେ ପୁଣି ଥରେ ଓଦା କପଡାରେ ଭଲ ଭାବେ ଓଠକୁ ପୋଛି ଦିଅନ୍ତୁ ।
♦ ଓଠକୁ ନରମ ଓ ଚମକଦାର କରିବା ମହୁ ମଧ୍ୟ ବେଶ ଉପକାରୀ । ମହୁକୁ ଆପଣ ପ୍ରତିଦିନ ରାତିରେ ଓଠରେ ଲଗାଇ ଛାଡି ଦିଅନ୍ତୁ । ସକାଳେ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ । ଦେଖିବେ ଆପଣଙ୍କ ଓଠ ନରମ ହେବା ସହ ଓଠର ରଙ୍ଗରେ ମଧ୍ୟ ପରିବର୍ତ୍ତନ ଆସିବ ।
♦ କଳା କିମ୍ବା ଫିକା ପଡି ଆସୁଥିବା ଓଠର ଉପଚାର ପାଇଁ ବିଟ୍ ରସ ଖୁବ ଉପକାରୀ ।ରାତିରେ ଶୋଇବା ପୂର୍ବରୁ ତାଜା ବିଟ୍ ରସ ଓଠରେ ଲଗାନ୍ତୁ । ସକାଳେ ଥଣ୍ଡା ଜଳରେ ଧୋଇ ଦିଅନ୍ତୁ । ଏହାର ପ୍ରାକୃତିକ ଲାଲ ଉପାଦାନ ଓଠକୁ ମସୃଣ ଓ ଗୋଲାପୀ କରାଏ । ସମାନ ପରିମାଣର ବିଟ୍ ଓ ଗାଜର ରସ ମିଶାଇ ଓଠରେ ଲଗାନ୍ତୁ ଏବଂ ପନ୍ଦର ମିନିଟ ପରେ ଉଷୁମ ପାଣିରେ ଧୋଇ ଦିଅନ୍ତୁ । ଦିନରେ ଥରେ କିଛି ଦିନ ପର୍ଯ୍ୟନ୍ତ ଏପରି କଲେ ଓଠରେ ପରିବର୍ତ୍ତନ ଲକ୍ଷ୍ୟ କରିବେ ।

ONA

Leave a Reply

Top