You are here
Home > ଅଧିକ ଖବର > ଏ ଡେଜର୍ଟ କିଙ୍ଗଡମ୍

ଏ ଡେଜର୍ଟ କିଙ୍ଗଡମ୍

ଭୁୂବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଓଡିଆ ଭାଷା ଓ ଓଡିଶା ବାବଦରେ ଜ୍ଞାନ ନେଇ ସମସ୍ତଙ୍କ ମଧ୍ୟରେ ସନେ୍ଦହ ରହିଛି । କାରଣ ୧୭ବର୍ଷ ଶାସନରେ କେହି କେବେ ନବୀନଙ୍କୁ ବିନା କାଗଜ ପଢି ଓଡିଆ କହୁଥିବା ଦେଖି ନାହାନ୍ତି କି ଶୁଣି ନାହାନ୍ତି । ଆଉ ଦେଖିକରି ପଢିବା ସତ୍ତ୍ୱେ ଠିକ ଭାବେ ଓଡିଆ ଉଚ୍ଚାରଣ କରିପାରନ୍ତି ନାହିଁ । ଓଡିଶା ବାବଦରେ ନବୀନଙ୍କ ଭୌଗୋଳିକ ଜ୍ଞାନ ତ କାହିଁରେ କେତେ! ନହେଲେ କେବେ ପୁରୀ ଜିଲ୍ଲାର ସତ୍ୟବାଦୀ ସ୍ଥିତ ପ୍ରସିଦ୍ଧ ବକୁଳବନ କେନ୍ଦୁଝର ଜିଲ୍ଲାର ବୋଲି ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଲେଖୁ ନଥାନ୍ତେ । ଆଉ ପୁଣି କେବେ କେନ୍ଦୁଝରର ଘସିପୁରା ମୟୂରଭଞ୍ଜ ଜିଲ୍ଲାରେ ବୋଲି ମୁଖ୍ୟମନ୍ତ୍ରୀ ନିଜ ଟ୍ୱିଟର ଆକାଉଣ୍ଟରେ ଉଲ୍ଲେଖ କରୁନଥାନ୍ତେ । ହୁଏତ ଓଡିଶାକୁ ନବୀନ ବିଳମ୍ବରେ ଆସିବା ଓଡିଆ ଭାଷା ଓ ଓଡିଶା ବାବଦରେ ତାଙ୍କ ଜ୍ଞାନ ଆହରଣରେ ବାଧକ ହୋଇ ଥାଇପାରେ ! ତେବେ ମୁଖ୍ୟମନ୍ତ୍ରୀ ନବୀନଙ୍କ ବିଳାସପୂର୍ଣ୍ଣ ସ୍ଥାନ ବା ପ୍ରଦେଶ କେଉଁଠି ବୋଲି ଆଜି ଯାଏ ସମସ୍ତଙ୍କ ମନକୁ ଆନେ୍ଦାଳିତ କରି ରଖିଛି । ଏବେ ଏଥିରୁ ପରଦା ଉଠିଛି । ଶୁଣିବାକୁ ମିଳିଛି, ରାଜ-ମହାରାଜାଙ୍କର ପ୍ରଦେଶ ରାଜସ୍ଥାନର ବିକାନିର ସହର ହେଉଛି ନବୀନଙ୍କ ପ୍ରିୟ ସହର ।
ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ଡେରାଡୁନର ଡୁନ୍ ସ୍କୁଲରେ ପଢୁଥିବା ସମୟରୁ ହିଁ ରାଜା-ମହାରାଜାଙ୍କ ପିଲା ହେଉଛନ୍ତି ନବୀନଙ୍କ ବନ୍ଧୁ । ଗୌୱାଲିଅରର ସିନ୍ଧିଆ ପରିବାର ହେଉ କି ରାଜସ୍ଥାନର ଅନ୍ୟ ରାଜପରିବାର, ଅଥବା ପାଟଣାଗଡ ମହାରାଜାଙ୍କ ପରିବାର ବଂଶଧରଙ୍କ ସହ ନବୀନଙ୍କ ସଂପର୍କ ନିବିଡ । ରାଜସ୍ଥାନର ଜୟପୁର ଓ ବିକାନିର ରାଜ ପରିବାର ସଦସ୍ୟଙ୍କ ସହ ପିଲା ଦିନରୁ ନବୀନଙ୍କ ରହଣି । ଏପରିକି ବର୍ଷର ଅଧିକାଂଶ ସମୟ ସେ ବିକାନିରରେ ରହୁଥିବା ସୂଚନା ମିଳିଛି । ତାହା ପୁଣି ବିକାନିର ରାଜ ପ୍ରାସାଦରେ  । ସେଠାରେ ରହି ସେ ବିକାନିର ରାଜ ପରିବାର ଇତିହାସ ଉପରେ ଗବେଷଣା କରୁଥିଲେ । ବିକାନିର ରାଜା କେବେବି ବ୍ରିଟିସ ସରକାରଙ୍କ ଗୁଲାମୀ ଗ୍ରହଣ କରି ନଥିଲେ । ଏହି କଥା ନବୀନଙ୍କୁ ବେଶ୍ ଆକୃଷ୍ଟ କରିଥିଲା । ଯେଉଁଥିପାଇଁ ୧୯୯୦ ମସିହାରେ ବିକାନିରର ରାଜକୀୟ ଇତିହାସ ଉପରେ ପୁସ୍ତକ ରଚନା କରିଥିଲେ, ଯାହାର ନାଁ ଥିଲା “ଏ ଡେଜର୍ଟ କିଙ୍ଗଡମ୍, ଦ ରାଜପୁତସ୍ ଅଫ୍ ବିକାନିର ।”
ଏହି ପୁସ୍ତକର କମ୍ ସଂସ୍କରଣ ଭାରତରେ ମିଳେ । ବିଦେଶରେ ଏହି ପୁସ୍ତକର ବହୁ ଚାହିଦା । ଯାହାର ରୟାଲଟି ପାଆନ୍ତି ନବୀନ । ଏହି ପୁସ୍ତକରେ ରହିଛି ବିକାନିର ମହାରାଜା ଗଙ୍ଗା ସିଂହଙ୍କ କାହାଣୀ । ଯିଏ ୧୮୮୦ରୁ ୧୯୪୩ ଯାଏ ବିକାନିରେ ଶାସନ କରୁଥିଲେ । ଏହି ମହାରାଜାଙ୍କ ଉପରେ ନବୀନ ଏତେ ଆକୃଷ୍ଟ ହୋଇଥିଲେ ରିସର୍ଚ୍ଚର୍ ଜରିଆରେ ବିକାନିର ରାଜ ପରିବାରର ପୁରୁଣାରୁ ଅତି ପୁରୁଣା  ଫଟୋକୁ ନିଜ ପୁସ୍ତକରେ ସ୍ଥାନ ଦେଇଛନ୍ତି । ହେଲେ କୁହାଯାଏ, ନବୀନଙ୍କ ମନରେ ଗୋଟାଏ କ୍ଷୋଭ ଯେ ବିକାନିର ପରି ସେ ଜୟପୁର ଉପରେ ବହି ଲେଖି ପାରିଲେ ନାହିଁ । କାରଣ ଓଡିଶା ରାଜନୀତିରେ ସେ ଏତେ ବ୍ୟସ୍ତ ହୋଇଗଲେ ଯେ ଆଉ ଜୟପୁର ଯାଇ ପାରୁ ନାହାନ୍ତି ।
ନବୀନଙ୍କୁ ଭୁବନେଶ୍ୱର ନୁହେଁ ବିକାନିର ଅଧିକ ପସନ୍ଦ । ସେଠାର ଗଙ୍ଗା ମହାରଜାଙ୍କ ଆଦର୍ଶରେ ସେ ଅନୁପ୍ରାଣିତ । ହୁଏତ ଏହି କାରଣରୁ ସେ ଓଡିଶାର ଅନେକ ବରପୁତ୍ରଙ୍କ ସଂପର୍କରେ କମ୍ ଜାଣିଛନ୍ତି ଅବା ଆଦୌ ଜାଣି ନାହାନ୍ତି । ସେଥିପାଇଁ ବୋଧହୁଏ ବିଜୁ ପଟ୍ଟନାୟକଙ୍କ ଭାରତ ରତ୍ନ ପ୍ରଦାନ ଦାବି ସମୟରେ ନବୀନଙ୍କ ସ୍ୱର ଶାଣିତ ନଥାଏ । ରାଜାମହାରାଜାଙ୍କ ସହ ଅଧିକ ମିଳାମିଶା ଯୋଗୁ ନବୀନ ବୋଧହୁଏ ଶାସନ କରିବାର କଳା ପାଇ ଯାଇଛନ୍ତି । ଯେଉଁଥିପାଇଁ ପିତା ବିଜୁ ପଟ୍ଟନାୟକ ଯେତେ ବର୍ଷ ବିରୋଧୀ ଆସନରେ ବସିଥିଲେ, ତାଠାରୁ ଅଧିକ ବର୍ଷ ଶାସନ କରିବାର ଲକ୍ଷ୍ୟ ରଖିଛନ୍ତି । ଲମ୍ବା ସମୟ ଧରି ଶାସନ କରିବା କଳା ମରୁଅଞ୍ଚଳ ବା ବିକାନିର ଡେଜର୍ଟ କିଙ୍ଗଡମ୍ରୁ ହିଁ ସେ ଶିଖିଛନ୍ତି ବୋଲି ଚର୍ଚ୍ଚା ହେଉଛି ।

ONA

Leave a Reply

Top