You are here
Home > ଲାଟେଷ୍ଟ > ଏସ୍ଓଜି-ମାଓବାଦୀ ମୁହାଁମୁହିଁ

ଏସ୍ଓଜି-ମାଓବାଦୀ ମୁହାଁମୁହିଁ

କୋରାପୁଟ: କୋରାପୁଟ ଜିଲ୍ଲା ନାରାୟଣପାଟଣା ବିଜାଘାଟି ପଞ୍ଚାୟତ କୁତୁଡି ଜଙ୍ଗଲରେ ଗୁଳି ବିନିମୟ ହୋଇଛି । ଗତକାଲି ରାତିରେ ଏସଓଜି ଓ ମାଓବାଦୀ ମୁହାଁମୁହିଁ ହୋଇଥିଲା । ଆଜି ମଧ୍ୟ ଦୀର୍ଘ ସମୟ ଧରି ଗୁଳିବିନିମୟ ଜାରି ରହିଥିଲା । ମାତ୍ର ଏଥିରେ କେହି ମୃତାହତ ହୋଇନଥିବା ଜଣାପଡିଛି । ପଞ୍ଚାୟତ ନିର୍ବାଚନ ସମୟରେ ମାଓବାଦୀ ପ୍ରଭାବିତ ଅଞ୍ଚଳରେ ଏସ୍ଓଜିର ଏପରି ସର୍ଚ୍ଚ ଅପରେଶନ କରିବା ଯୋଗୁ ମାଓବାଦୀଙ୍କୁ ବାଧ୍ୟ ହୋଇ ଛତ୍ର ଭଙ୍ଗ ଦେବାକୁ ପଡୁଛି । ଏଥିସହ ଭୋଟରଙ୍କ ମନୋବଳ ସୁଦୃଢ଼ ହେଉଛି ବୋଲି ମତପ୍ରକାଶ ପାଉଛି । ଗତ୧ ତାରିଖରେ ସୁଙ୍କି ଘାଟିରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ୮ ଜଣ ପୋଲିସ କର୍ମଚାରୀ ସହିଦ ହୋଇଥିବା ବେଳେ ୫ଜଣ ଗୁରୁତର ଆହତ ହୋଇ ବିଶାଖାପାଟଣାରେ ଚିକିତ୍ସିତ ହେଉଛନ୍ତି । ଏହି ଘଟଣାରେ ମାଓବାଦୀଙ୍କ ସମ୍ପୃକ୍ତି ଥିବା ଯଥେଷ୍ଟ ପ୍ରମାଣ ମିଳିଛି । ମାଓବାଦୀଙ୍କ ଏପରି ନାରକୀୟ କାଣ୍ଡ ପରେ ପୋଲିସ, ଏସ୍ଓଜି ଓ ସିଆରପିଏଫ୍ ପକ୍ଷରୁ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଥିଲା । ଗତକାଲି ସୁନ୍ଦରଗଡ ଜିଲ୍ଲା ବିସ୍ରା ଥାନ ଅନ୍ତର୍ଗତ ସୋରଡା ଜଙ୍ଗଲରେ ପୋଲିସ ଗୁଳିରେ ୨ଜଣ ପିଏଲଏଫ୍ ସଦସ୍ୟଙ୍କ ମୃତୁ୍ୟ ହୋଇଥିବା ବେଳେ ୫ଜଣ ଆହତ ହୋଇଥିଲେ  । ସେମାନଙ୍କ ଠାରୁ ଗୋଟିଏ ଏକେ-୪୭,  ୧୨ଟି ବନ୍ଧୁକ ଓ ପିସ୍ତଲ ଏବଂ ଗୁଳି ଜବତ କରାଯାଇଥିଲା । ଏହା ବ୍ୟତୀତ ପିଏଲଏଫ୍ଆଇ କ୍ୟାମ୍ପରୁ ଏକାଧିକ ମୋବାଇଲ ଓ ସେମାନଙ୍କ ଦ୍ୱାରା ବ୍ୟବହୃତ ଜିନିଷପତ୍ର ଜବତ କରାଯାଇଥିଲା  ।

ONA

Leave a Reply

Top