You are here
Home > ଲାଟେଷ୍ଟ > ଏସୀୟ ଦୌଡକୁଦ :୧୦୦ ମିଟର ଦୌଡରୁ ଆରମ୍ଭ ହେଲା ପ୍ରତିଯୋଗିତା

ଏସୀୟ ଦୌଡକୁଦ :୧୦୦ ମିଟର ଦୌଡରୁ ଆରମ୍ଭ ହେଲା ପ୍ରତିଯୋଗିତା


ମହମ୍ମଦ ଅନ୍ସ, ଆରୋକିଆ ରାଜୀବ ଓ ଆମେଜ ଜାକବ ସେମିରେ
ଭୁବନେଶ୍ୱର: ଏସୀୟ ଦୌଡକୁଦରେ ଗୁରୁବାର ଭାରତୀୟ ଆଥଲେଟ ଆଭିଯାନ ଆରମ୍ଭ କରିଛନ୍ତି  । ମହମ୍ମଦ  ଅନ୍ସ, ଆରୋକିଆ ରାଜୀବ ଓ ଅମୋଜ  ଜାକବ ପୁରୁଷ ୪୦୦ ମିଟର ଦୌଡର ସେମିଫାଇନାଲରେ ପ୍ରବେଶ କରିଛନ୍ତି । ସଂନ୍ଧ୍ୟାରେ ଏହି ବର୍ଗର ସେମିଫାଇନାଲ ଖେଳାଯିବ  । ଡିସକସ ଥ୍ରୋ ତାରକା ବିକାଶ ଗୌଡା   ପ୍ରଥମ ଦିନ ସଂନ୍ଧ୍ୟାରେ ଭାରତୀୟ ଦଳର ନେତୃତ୍ୱ ନେବେ  । ଦକ୍ଷିଣ କୋରିଆର ଇଞ୍ଚେନ ଏସିଆନ୍ ଗେମ୍ସରେ କାଂସ୍ୟ ପଦକ ହାସଲ କରିଥିବା ଆରୋକିଆ ରାଜୀବ ହିଟ୍-୨ରେ ପ୍ରଥମ ହୋଇଥିଲେ  । ପରବର୍ତ୍ତୀ ରାଉଣ୍ଡରେ ଆମେଜ ଜାକବ ପ୍ରଥମ ହୋଇଥିଲେ । ଜାତୀୟ ରେକର୍ଡ ଅଧିକାରୀ ମହମ୍ମଦ ଅନ୍ସ  ପୁରୁଷ ୪୦୦ ମିଟର ହିଟ-୧ରେ ଦ୍ୱିତୀୟ ସ୍ଥାନ ହାସଲ କରିବା ସହ ସେମିରେ ସ୍ଥାନ ପକ୍କା କରିଛନ୍ତି ।
 ଏସିଆନ୍ ଇଣ୍ଡୋର ଚାମ୍ପିଅନସିପ୍  କାଂସ୍ୟ ପଦକ ବିଜେତା ଓମାନର ଅହମ୍ମଦ ମୁବାରକ ହିଟ୍-୪ରେ ବିଜେତା ହୋଇଥିଲେ  ।
  ସେହିଭଳି ମହିଳା ବର୍ଗର ୧୫୦୦ ମିଟରେ ଭାରତର ଚିତ୍ରା ପିୟୁ ହିଟ୍-୨ରେ ଦ୍ୱିତୀୟସ୍ଥାନରେ ରହି ସେମିଫାଇନାଲ ଯୋଗ୍ୟତା ଅର୍ଜନ କରିଛନ୍ତି । କିନ୍ତୁ ମନିକା ଚୌଧୁରୀ ହିଟ-୧୍ ପର୍ଯ୍ୟାୟରେ ଚତୁର୍ଥ ସ୍ଥାନରେ ରହିଥିଲେ  । ପୁରୁଷ ୧୫୦୦ ମିଟରରେ ଭାରତର ଅଜୟ କୁମାର ସରୋଜ ହିଟ-୧ରେ ଏବଂ ସିଦ୍ଧାର୍ଥ ଅଧିକାରୀ ହିଟ-୨ରେ କ୍ୱାଲିଫାଏ କରିଛନ୍ତି  । ଏହି ହିଟରେ କାତାରର ଜମାଲ ହଇରାନେ ପ୍ରଥମ ସ୍ଥାନରେ ରହିଥିଲେ  ।
ପୁରୁଷ ଡେକାଥଲନ ଆରମ୍ଭ ହୋଇଛି ।  ଜାପାନର କୁଜୁୟା କାୱାସାକି ୧୦୦ ମିଟର ଦୌଡରେ ପ୍ରଥମ ସ୍ଥାନରେ ରହିଛନ୍ତି  । ଭାରତର ଅଭିଶେକ ସେଟ୍ଟୀ ମଧ୍ୟ ପ୍ରଥମ ହିଟରେ ସଫଳ ହୋଇଛନ୍ତି । ପୁରୁଷ ହାଇଜମ୍ପରେ ଚୀନର ଏସିଆନ୍ ଗେମ୍ସ ରୌପ୍ୟ ପଦକ ବିଜେତା ଝାଙ୍ଗ୍ ଗୌୱି ଯୋଗ୍ୟତା ପର୍ଯ୍ୟାୟ ହର୍ଡଲ୍ସ ଅତିକ୍ରମ କରିଛନ୍ତି  । ସେ ୨.୧୦ ମିଟର ଉଚ୍ଚତା ଅତିକ୍ରମ କରିବାରେ ସଫଳ ହୋଇଛନ୍ତି  । ସଂନ୍ଧ୍ୟାରେ ବିକାଶ ଗୌଡା ମୈଦାନକୁ ଓହ୍ଲାଇବେ  । ସେ ଡିସକସ ଥ୍ରୋରେ ହ୍ୟାଟ୍ରିକ ପଦକ ହାତେଇବାର ସମ୍ଭବାନା ରହିଛି । ପୂର୍ବରୁ ସେ ୨୦୧୫ ଉହାନ ଓ ୨୦୧୩ ପୁନେ ସଂସ୍କରଣରେ  ପଦକ ଜିତିଥିଲେ  । ସଂନ୍ଧ୍ୟାରେ ମହିଳା ବର୍ଗର ଜାଭେଲିନ୍ , ସଟପୁଟ, ଲଙ୍ଗଜମ୍ପର ଫାଇନାଲ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି । ସ୍ଥାନୀୟ ଧାବକ ଅମୀୟ କୁମାର ମଲ୍ଲିକ ମଧ୍ୟ ଟ୍ରାକ କୁ ଓହ୍ଲଇବେ  ।

ONA

Leave a Reply

Top