You are here
Home > ଲାଟେଷ୍ଟ > ଏସସିବିରେ ଯୌନ ନିର୍ଯାତନା ଅଭିଯୋଗ: ବୟାନ ରେକର୍ଡ କଲା ପୋଲିସ

ଏସସିବିରେ ଯୌନ ନିର୍ଯାତନା ଅଭିଯୋଗ: ବୟାନ ରେକର୍ଡ କଲା ପୋଲିସ

କଟକ: କଟକ ଏସସିବି ଡେଣ୍ଟାଲ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଅଭିଯୋଗ ଘଟଣାରେ ମଙ୍ଗଳାବାଗ ପୋଲିସ ତଦନ୍ତ ଆରମ୍ଭ କରିଛି । ମଙ୍ଗଳାବାଗ ପୋଲିସର ଏକ ଟିମ୍ ଛାତ୍ରୀ ନିବାସ ଯାଇ ଅଭିଯୋଗକାରିଣୀଙ୍କ ବୟାନ ରେକର୍ଡ କରିଛି । ଆଇପିସିର ଧାରା ୧୬୧ ଆଧାରରେ ଛାତ୍ରୀଙ୍କ ବୟାନ ରେକର୍ଡ କରିଛି ପୋଲିସ ।  କଟକ ବଡ ମେଡିକାଲର ଡେଣ୍ଟାଲ ବିଭାଗର ଆସୋସିଏଟ୍ ପ୍ରଫେସର ନିରଞ୍ଜନ ମିଶ୍ର ଓ ସିନିୟର ରେସିଡେଣ୍ଟ କ୍ରିଷ୍ଣଗୋପାଲ ବିର୍ମିୱାଲ ଉତ୍ତରାଖଣ୍ଡର ଜଣେ ଛାତ୍ରୀଙ୍କୁ ନିୟମିତ ଯୌନ ନିର୍ଯାତନା ଦେଇ ଆସୁଥିବା ଛାତ୍ରୀଜଣକ ମଙ୍ଗଳାବାଗ  ଥାନାରେ ଏତଲା ଦେଇଥିଲେ । ଯୌନ ନିର୍ଯାତନା ଘଟଣା ସମ୍ପର୍କରେ ଛାତ୍ରୀ ଜଣଙ୍କ ବିଭାଗୀୟ ଏଚଓଡି ଇନ୍ଦୁଭୂଷଣ କରଙ୍କୁ ମଧ୍ୟ ଜଣାଇଥିଲେ  । ତେବେ ଏଚଓଡି ତାଙ୍କୁ ଗାଳିଗୁଲଜ କରିବା ଛାତ୍ରୀଜଣଙ୍କ ଏଫଆଇଆରରେ ଦର୍ଶାଇଛନ୍ତି  । ଛାତ୍ରୀଙ୍କ ଏଫଆଇଆର ପରେ ଗତକାଲି ଅଭିଯୁକ୍ତ ଆସୋସିଏସନ୍ ପ୍ରଫେସର  ଓ ସିନିୟର ରେସିଡେ ଏବଂ ବିଭାଗୀୟ ମୁଖ୍ୟଙ୍କ ନାଁରେ ମଙ୍ଗଳାବାଗ ପୋଲିସ ମାମଲା ରୁଜୁ କରିଥିଲା ।

ONA

Leave a Reply

Top