You are here
Home > ଲାଟେଷ୍ଟ > ଏଲପିଜି ସବସିଡି ପ୍ରସଙ୍ଗ: ବିଜେଡି ମହିଳା ମୋର୍ଚ୍ଚାର ବିକ୍ଷୋଭ

ଏଲପିଜି ସବସିଡି ପ୍ରସଙ୍ଗ: ବିଜେଡି ମହିଳା ମୋର୍ଚ୍ଚାର ବିକ୍ଷୋଭ

ଭୁବନେଶ୍ୱର: ଏଲପିଜି ସିଲିଣ୍ଡରରୁ ସବସିଡି ହଟାଯିବାକୁ ପ୍ରସଙ୍ଗ କରିଛି ବିଜେଡି । ଶୁକ୍ରବାର ବିଜୁ ମହିଳା ଜନତା ମୋର୍ଚ୍ଚା ପକ୍ଷରୁ ରାଜଭବନ ସମ୍ମୁଖରେ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଆସନ୍ତା ୮ ତାରିଖରେ ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଦଳ ପକ୍ଷରୁ ବିକ୍ଷୋଭ କରାଯିବ  । ପ୍ରତିମାସରେ ଏଲପିଜି ଗ୍ୟାସ ୪ ଟଙ୍କା  ବୃଦ୍ଧି ଓ ସବସିଡି ବନ୍ଦ ନିଷ୍ପତ୍ତିକୁ ତୀବ୍ର ନିନ୍ଦା କରାଯିବ ବୋଲି ବିଜୁ ଜନତା ଦଳ ସଭାନେତ୍ରୀ ପ୍ରମିଳା ମଲିକ୍ କହିଛନ୍ତି ।
  କେନ୍ଦ୍ର ସରକାର ଗ୍ୟାସ ସିଲିଣ୍ଡରରୁ ଯେଉଁ ସବସିଡି ହଟାଇ ଦେଇଛନ୍ତି, ତାହା ପୁଣି ଦିଆଯାଉ । ପ୍ରତିମାସରେ ଏଲପିଜି ଗ୍ୟାସ ୪ ଟଙ୍କା ବୃଦ୍ଧି କରିବା ପାଇଁ କେନ୍ଦ୍ର ସରକାର ଯୋଜନା କରିଛନ୍ତି । ସେ ନିଷ୍ପତ୍ତିରୁ ଓହରି ଯାଆନ୍ତୁ । ପୂର୍ବ ଭଳି ଲୋକଙ୍କୁ କମ୍ ରେଟରେ ଗ୍ୟାସ ଦିଆଯାଉ ବୋଲି ଦାବି ହୋଇଛି । ଦଳର ମହିଳା କର୍ମୀମାନେ  ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ସ୍ମାରକପତ୍ର ରାଜ୍ୟପଳଙ୍କୁ  ପ୍ରଦାନ କରିଛନ୍ତି । ଅନ୍ୟପକ୍ଷରେ ଶନିବାର ମହିଳା କଂଗ୍ରେସ ପକ୍ଷରୁ ଏହି ପ୍ରସଙ୍ଗକୁ ନେଇ  ଆନେ୍ଦାଳନ କରିବାର କାର୍ଯ୍ୟକ୍ରମ ରହିଛି । ସକାଳ ୧୦ଟାରୁ ଅପରହ୍ଣ ୨ଟା ପର୍ଯ୍ୟନ୍ତ ଦଳ ପକ୍ଷୁ ଧାରଣା ଦିଆଯିବା ନେଇ ସୂଚନା ଦେଇଛନ୍ତି ପିସିସି ମୁଖପାତ୍ର ଗୌତମ ମହାନ୍ତି ।

ONA

Leave a Reply

Top