You are here
Home > ଏଣ୍ଟରଟେନମେଣ୍ଟ > ଏଫଆଇଆର ଉପରେ ଲାଗିଲା ରୋକ୍ ,ପ୍ରିୟା ଓ୍ଵାରିୟରଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ଆଶ୍ଵସ୍ତି

ଏଫଆଇଆର ଉପରେ ଲାଗିଲା ରୋକ୍ ,ପ୍ରିୟା ଓ୍ଵାରିୟରଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ଆଶ୍ଵସ୍ତି

 ଭୁବନେଶ୍ବର : ମାଲାୟାଲମ ଅଭିନେତ୍ରୀ ପ୍ରିୟା ପ୍ରକାଶ ଓ୍ଵାରିୟରଙ୍କକୁ ସୁପ୍ରିମକୋର୍ଟରେ ଶୁଣାଣି ସମୟରେ ବଡ଼ ଆଶ୍ଵସ୍ତି ମିଳିଛି।  କୋର୍ଟ ପ୍ରିୟା  ପ୍ରକାଶଙ୍କ ବିରୋଧରେ ଥିବା ଏଫଆଇଆର ଉପରେ ରୋକ୍ ଲଗାଇଛନ୍ତି। ଏହା ସହିତ କହିଛନ୍ତି ଯେ ପରବର୍ତ୍ତୀ ଶୁଣାଣି ପର୍ୟ୍ୟନ୍ତ  ଏହା ଉପରେ କୌଣସି କାର୍ୟ୍ୟାନୁଷ୍ଠାନ ପ୍ରକ୍ରିୟା ନିଆଯାଇ ପାରିବ ନାହିଁ। ଉଲ୍ଲେଖଯୋଗ୍ୟ ପ୍ରିୟା  ସୁପ୍ରିମକୋର୍ଟର ଦ୍ଵାରସ୍ଥ ହୋଇ ନିଜ ବିରୋଧରେ ହାଇଦ୍ରାବାଦରେ ଦାୟର ହୋଇଥିବା ଏତଲାକୁ ବନ୍ଦ କରିବା ପାଇଁ ଗୁହାରି କରିଥିଲେ।

ଏଠାରେ କହି ରଖୁଛୁ ଯେ କିଛି ଧର୍ମ ବିଶେଷର ଲୋକେ ପ୍ରିୟାଙ୍କ ବିରୋଧରେ ଥାନାରେ ଏତଲା ଦାୟର କରିଥିଲେ ଯେ ଫିଲ୍ମ  ‘ଓରୁ ଅଦାରୁ ଲଭ’ର ଏକ ଗୀତ ‘ମଣିକା ମାଲାୟାରା ପୁଭି’ରେ ତାଙ୍କ ଧାର୍ମିକ ଭାବନାକୁ ଆଘାତ ଲାଗିଛି।  ମୁଖ୍ୟ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ସମ୍ମୁଖରେ ମାମଲାର ଉଲ୍ଲେଖ କରି ଏହି ମାମଲା ଉପରେ ଶୀଘ୍ର ଶୁଣାଣି କରିବାକୁ ଗୁହାରି କରିଥିଲେ। ଖଣ୍ଡପୀଠ ଏହାକୁ ସ୍ଵୀକାର କରି ବୁଧବାର ଶୁଣାଣି କରିବାକୁ ନିଷ୍ପତ୍ତି ନେଇଥିଲେ।

ସୁପ୍ରିମକୋର୍ଟରେ ଦାଖଲ ଯାଚିକାରେ ୧୮ ବର୍ଷୀୟ  ଅଭିନେତ୍ରୀ ପ୍ରିୟା କହିଛନ୍ତି ଯେ ତାଙ୍କ ଉପରେ କୌଣସି ପ୍ରକାର ଅପରାଧିକ କାର୍ୟ୍ୟାନୁଷ୍ଠାନ ନେବା ଉପରେ ରୋକ୍ ଲଗାଇବା ପାଇଁ ନିର୍ଦ୍ଦେଶ ଜାରି କରାଯାଉ।  ଯାଚିକାରେ କୁହାଯାଇଥିଲା ଯେ ଫେବୃଆରୀ ୧୪ରେ ହାଇଦ୍ରାବାଦର ଫଲକନାମା ଥାନାରେ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା।

ଅଭିଯୋଗକର୍ତ୍ତା ଉକ୍ତ ଗୀତର ପ୍ରସାରଣ ଉପରେ ରୋକ୍ ଲଗାଇବାକୁ ଦାବି କରିଥିଲେ।  ପ୍ରିୟା କହିଥିଲେ ଯେ ଗୀତରୁ ଭିନ୍ନ ଅର୍ଥ ବାହାର କରି ତାଙ୍କ ବିରୋଧରେ ଅଭିଯୋଗ କରାଯାଉଛି।

 

ONA

Leave a Reply

Top