You are here
Home > ଟୁରିଜିମ୍ > ଏନ୍ସେଫାଲାଇଟିସ୍ ଆତଙ୍କ: ମୃତୁ୍ୟ ସଂଖ୍ୟା ୪୮ଛୁଇଁଲା

ଏନ୍ସେଫାଲାଇଟିସ୍ ଆତଙ୍କ: ମୃତୁ୍ୟ ସଂଖ୍ୟା ୪୮ଛୁଇଁଲା

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆତଙ୍କ ଖେଳାଇଥିବା ଜାପାନିଜ୍ ଏନ୍ସେଫାଲାଇଟିସ୍ ପ୍ରକୋପ କମିବାର ନାଁ ନେଉନାହିଁ  । ଆଜି ସକାଳେ ମାଲକାନଗିରି ମୁଖ୍ୟ ଡାକ୍ତରଖାନାରେ ଦୁଇ ଜଣ ଶିଶୁଙ୍କର ମୃତୁ୍ୟ ଘଟିଥିବା ବେଳେ ଦିନ ୧୨ଟାରେ ଆଇସିୟୁରେ ଚିକିତ୍ସାଧୀନ ଥିବା ଆଣେ ଶିଶୁର ମୃତୁ୍ୟ ଘଟିଛି  । ମୃତ ଶିଶୁମାନେ ହେଲେ ମାଥିଲି ବ୍ଲକ ଦୁର୍ଗାଗୁଡା ଗାଁର ଶୁଭମ ନାୟକ, କୋରାକଣ୍ଡା ବ୍ଲକ ଆଲୁର ଗାଁର ଅର୍ଜୁନ ପଡିଆମୀ ଓ କାଲିମେଳା ବ୍ଲକର ଉରମାଲା ଗାଁର ରାମ ମାଢ଼ୀ  । ଏହି ୩ଜଣ ଶିଶୁଙ୍କ ମୃତୁ୍ୟ ପରେ ଜାପାନିଜ୍ ଏନ୍ସେଫାଲାଇଟିସ୍ରେ ମୃତୁ୍ୟ ସଂଖ୍ୟା ୩୪ ଦିନରେ ୪୮ରେ ପହଂଚିଛି । ଗତକାଲି ୫୦ଜଣ ଶିଶୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି  । ଚିକିତ୍ସାଧୀନ ୬୧ ଜଣ ଶିଶୁଙ୍କ ମଧ୍ୟରୁ ୫ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସୋମନଙ୍କୁ ଆଇସିୟୁରେ ରଖାଯାଇଛି । ଅନ୍ୟପକ୍ଷରେ ସ୍ୱାସ୍ଥ୍ୟ ବିଭାଗ ଓ ଜିଲ୍ଳା ପ୍ରଶାସନ ପକ୍ଷରୁ ଗାଁ ଗାଁରେ ସଚେତନତା କାର୍ଯ୍ୟକ୍ରମ ଜାରି ରହିଛି ।

ONA

Leave a Reply

Top