You are here
Home > Breaking News > ଏନକାଉଣ୍ଟର: ଭୋପାଳ ସେଣ୍ଟ୍ରାଲ ଜେଲର ଫେରାର ୮ସିମି ଆତଙ୍କବାଦୀ ମୃତ

ଏନକାଉଣ୍ଟର: ଭୋପାଳ ସେଣ୍ଟ୍ରାଲ ଜେଲର ଫେରାର ୮ସିମି ଆତଙ୍କବାଦୀ ମୃତ

  1. ରିପୋର୍ଟ ମାରିଲେ କେନ୍ଦ୍ର ଗୃହମନ୍ତ୍ରୀ
  2. ଜେଲ ଡିଆଇଜିଙ୍କ ସମେତ ୬ ଅଧିକାରୀ ନିଲମ୍ବିତ
  3. କନଷ୍ଟେବଲ୍ ରମାଶଙ୍କର ଯାଦବଙ୍କୁ ହତ୍ୟା

ଭୁବେନେଶ୍ବର: ମଧ୍ୟପ୍ରଦେଶ ଭୋପାଳ ସେଣ୍ଟ୍ରାଲ ଜେଲରୁ ଫେରାର ୮ ଆତଙ୍କବାଦୀ ପୋଲିସ ସହ ଲଢ଼େଇରେ ମୃତ୍ୟୁବରଣ କରିଛନ୍ତି । ଭୋପାଳ ସହରର ଉପକଣ୍ଠର ଏନ୍ଥିକେଡିରେ ପୋଲିସ ଗୁଳିରେ ପ୍ରାଣ ହରାଇଛନ୍ତି ୮ ସିମି ଆତଙ୍କବାଦୀ ।

ମଧ୍ୟପ୍ରଦେଶ ଭୋପାଳ ସେଣ୍ଟ୍ରାଲ ଜେଲରୁ ଗତକାଲି ବିଳମ୍ବିତ ରାତିରେ ଭୋପାଳରୁ ଫେରାର ହୋଇଥିଲେ ୮ ସିମି ଆତଙ୍କବାଦୀ । ଜେଲର ହେଡ୍ କନଷ୍ଟେବଲ୍ ରମାଶଙ୍କର ଯାଦବଙ୍କୁ ନୃଶଂସ ଭାବେ ହତ୍ୟା କରି ଆତଙ୍କବାଦୀମାନେ ଫେରାର ହୋଇଥିଲେ । ରାତି ପ୍ରାୟ ୨ଟାରୁ ୩ ଟା ମଧ୍ୟରେ କନଷ୍ଟେବଲଙ୍କୁ ଏକ ଷ୍ଟିଲ ପ୍ଲେଟରେ ଆକ୍ରମଣ କରିବା ପରେ ଏକ ବେଡସିଟ୍ ମାଧ୍ୟମରେ ଜେଲ୍ ଡେଇଁ ଚମ୍ପଟ ମାରିଥିଲେ । ଫେରାର ୮ ଆତଙ୍କବାଦୀ ହେଲେ ଖାଲିଦ ଅହମ୍ମଦ ମୁଜିବ ଶେଖ, ମେହବୁବ ଶେଖ୍, ଜାକିର ହୁସେନ, ଅମଜାଦ, ମହମ୍ମଦ ସାଲିଖ, ଖଲିଦ୍, ମଜିଦ୍, ଅକିଲ୍ । ଫେରାର ୮ ଜଣଙ୍କ ମଧ୍ୟରୁ ୪ଜଣ ଗତ ଫେବ୍ରୁଆରୀ ୧୬ରେ ରାଉରକେଲାରୁ ଗିରଫ ହୋଇଥିବା ଜଣାପଡିଛି । ସେମାନେ ହେଲେ ଜାକିର ହୁସେନ, ମେହବୁବ, ଅମଜାଦ ଖାଲିଦ୍ ଏବଂ ମହମ୍ମଦ ସଲିକ୍ । କର୍ତ୍ତବ୍ୟରେ ଅବହେଳା ପାଇଁ ଜେଲ୍ ଡିଆଇଜିଅଧିଙ୍କ ସମେତ ୬ ଜଣଙ୍କୁ ନିଲମ୍ବନ କରାଯାଇଛି । ଏହାସହ ଜେଲର ଅତିରିକ୍ତ ଡିଜିଙ୍କୁ ମଧ୍ୟ ତାଙ୍କ ପଦରୁ ହଟାଯାଇଛି ।

ଏହି ଘଟଣାକୁ ନେଇ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ସହ କଥା ହୋଇଛନ୍ତି । ଆତଙ୍କବାଦୀମାନେ କିପରି ଫେରାର ହେଲେ ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଗୃହମନ୍ତ୍ରୀ । ସେପଟେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ପୂର୍ବତନ ଡିଜି ନନ୍ଦନ ଦୁବେଙ୍କୁ ତଦନ୍ତ ଭାର ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପଟେ ଜେଲ୍ କର୍ତ୍ତୃପକ୍ଷଙ୍କ ଅବହେଳାକୁ ଦାୟୀ କରିଛନ୍ତି ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ଭୁପେନ୍ଦ୍ର ସିଂହ । ତେବେ ଅଭିଯୁକ୍ତଙ୍କ ମଧ୍ୟରୁ ୩ ଆତଙ୍କୀ ପୂର୍ବରୁ ମଧ୍ୟପ୍ରଦେଶର ଖଣ୍ଡଔା ଜେଲରୁ ଫେରାର ହୋଇଥିଲେ ।   

 

 

ONA

Leave a Reply

Top