You are here
Home > ଅଧିକ ଖବର > ଉଷସୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ୫ ଗିରଫ

ଉଷସୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ୫ ଗିରଫ

ଅନୁଗୋଳ/ଭୁବନେଶ୍ୱର: ଓଲିଉଡ଼ ତଥା ଯାତ୍ରା ଅଭିନେତ୍ରୀ ଉଷସୀ ମିଶ୍ରଙ୍କୁ ଅସଦାଚରଣ ଓ ମାଡ଼ ମାରିଥିବା ଅଭିଯୋଗରେ ଗିରଫ ହେଲେ ୫ଜଣ ଅଭିଯୁକ୍ତ । ଉଷସୀ ଥାନାରେ ଏତଲା ଦେଇଥିଲା ପରେ ମଧ୍ୟ ଗିରଫ ହୋଇନଥିଲେ ଅଭିଯୁକ୍ତ । କାଲି ପୋଲିସ ଡ଼ିଜି ଆର ପି ଶର୍ମାଙ୍କୁ ଭେଟିଥିଲେ ସିନେ କଳାକାର ସଂଘର କିଛି କଳାକାର । ତେବେ ଆଜି ମୁଖ୍ୟ ଅଭିଯୁକ୍ତ ଇନ୍ଦ୍ରମଣୀ ସାହୁ ଏବଂ ତାଙ୍କ ପୁଅଙ୍କୁ ପୋଲସ ଗିରଫ କରିବା ସହିତ ସେମାନଙ୍କୁ ସହଯୋଗ କରିବା ନେଇ ଅନ୍ୟ ୩ଜଣଙ୍କୁ ଗିରଫ କରିଛି । ଏହି ମାମଲାରେ ଏପର୍ଯ୍ୟନ୍ତ ୫ଜଣଙ୍କୁ ପୋଲିସ ଗିରଫ କରିସାରିଲେଣି ।

ଏଠାରେ ସୂଚନାଯୋଗ୍ୟ, ୨୨ ତାରିଖରେ ଯାତ୍ରା ପାର୍ଟିରେ ଅଭିନୟ କରିବାକୁ କଣିହାଁ ଥାନା ଅନ୍ତର୍ଗତ ଡ଼େରଙ୍ଗ ଗ୍ରାମକୁ ଯାଇଥିଲେ । ବାଟରେ ଭିଡ଼ ଥିବା ବେଳେ ଯାନବାହନ ଜାମ ହୋଇଯାଇଥିଲା । ଏହି ସମୟରେ ଯାତ୍ରା ଅଭିନେତ୍ରୀ ଉଷସୀଙ୍କ ସହିତ କିଛି ଲୋକଙ୍କ ବଚସା ହୋଇଥିଲା । ତେବେ ଉଷସୀଙ୍କୁ ସେଠାରେ କିଛି ବ୍ୟକ୍ତି ତାଙ୍କୁ ଅସଦାଚରଣ କରିବା ସହିତ ଅଶ୍ରାବ୍ୟ ଭାଷାରେ ଗାଳିଦେବା ସହିତ ମାଡ଼ ମାରିବା ଅଭିଯୋଗ କରିଥିଲେ ଯାତ୍ରା ଅଭିନେତ୍ରୀ ଉଷସୀ । ତେବେ ପାଲଟା ଏତଲା ଦେଇଥିଲେ ଇନ୍ଦ୍ରମଣୀ ସାହୁ । ତେବେ ପୋଲିସ ଇନ୍ଦ୍ରମଣୀ ସାହୁଙ୍କ ସମେତ ତାଙ୍କ ପୁଅକୁ ଏହି ଅଭିଯୋଗରେ ଗିରଫ କରିଛି ଏବଂ ସେମାନଙ୍କୁ ସହଯୋଗ କରିଥିବାରୁ ଅନ୍ୟ ୩ଜଣଙ୍କୁ ମଧ୍ୟ ପୋଲିସ ଗିରଫ କରିଛି ।

ONA

Leave a Reply

Top