You are here
Home > ଲାଟେଷ୍ଟ > ଉତ୍କଳ ବିଶ୍ୱବିଦ୍ୟାଳୟରେ ଉତ୍ତେଜନା

ଉତ୍କଳ ବିଶ୍ୱବିଦ୍ୟାଳୟରେ ଉତ୍ତେଜନା

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରେ ରମାଦେବୀର ଦ୍ୱିତୀୟ କ୍ୟାମ୍ପସକୁ ବିରୋଧ କରି ଛାତ୍ର ସଂଗଠନ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ବାଣୀବିହାର ମୁଖ୍ୟ ଫାଟକ ନିକଟରେ ଟାୟାର ଜାଳି ବିଜୁ ଛାତ୍ର ଜନତା ଦଳର କର୍ମକର୍ତାମାନେ ପ୍ରତିବାଦ କରିଛନ୍ତି। କୁଳପତିଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହ ଭଙ୍ଗାରୁଜା କରିବାର ଦେଖାଦେଇଛି। ଫଳରେ ବିଶ୍ୱବିଦ୍ୟାଳୟ ପରିସରରେରେ ଛାତ୍ର ଉତ୍ତେଜନା ଲାଗି ରହିଛି। ୭୫ ବର୍ଷର ଉତ୍କଳ ବିଶ୍ୱବିଦ୍ୟାଳୟ ବିଶ୍ୱସ୍ତରୀୟ ହେବାକୁ ଯାଉଥିବାବେଳେ ଏଠାରେ ରମାଦେବୀର ଦ୍ୱିତୀୟ କ୍ୟମ୍ପସ ପ୍ରତିଷ୍ଠା ନେଇ ଉଚ୍ଚଶିକ୍ଷା ବିଭାଗର ନିଷ୍ପତି ଉପରେ ବିଭିନ୍ନ ଛାତ୍ର ସଂଗଠନ ଦୃଢତାର ସହ ବିରୋଧ କରିଛନ୍ତି। ତେବେ କୌଣସି ପରିସ୍ଥିତିରେ ଉତ୍କଳ ବିଶ୍ୱବିଦ୍ୟାଳୟର କାଣିଚାଏ ମଧ୍ୟ ଜାଗା ଦିଆ ନ ଯିବାକୁ ଆନ୍ଦୋଳନ କରିବାର ନିଷ୍ପତି ନେଇଛି ଛାତ୍ର ସଂଗଠନ।  ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକଙ୍କ ଉପରକୁ ଅଙ୍ଗୁଳି ଦେଖାଇବା ସହ ରାଜ୍ୟ ସରକାରଙ୍କ ସହ ସାମିଲ ହୋଇ ଏହା କରିଥିବା ଅଭିଯୋଗ ଆଣିଛନ୍ତି ବିଭିନ୍ନ ଛାତ୍ର ସଂଗଠନ । ତୁରନ୍ତ ନିଷ୍ପତି ପ୍ରତ୍ୟାହାର ନ କଲେ କ୍ୟାମ୍ପସ ପୁଣି ଅଶାନ୍ତ ହୋଇ ଉଠିବା ନେଇ ଚେତାବନୀ ଦେଇଛି ଛାତ୍ର ସଂଗଠନ ।  ପ୍ରକାଶ, ୨୦୧୬ରେ ଦ୍ୱିତୀୟ କ୍ୟାମ୍ପସ ନେଇ ଗଣଶିକ୍ଷା ବିଭାଗ ପ୍ରସ୍ତାବ ଦେଇଥିଲା ଓ ଏହାକୁ ଛାତ୍ର – ଶିକ୍ଷକ ସଂଗଠନ ବିରୋଧ କରିବା ପରେ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରାଯାଇଥିଲା ।

ONA

Leave a Reply

Top