You are here
Home > ଲାଟେଷ୍ଟ > ଇସ୍ତଫା ଦେଳେ ବିଷ୍ଣୁ ଦାସ

ଇସ୍ତଫା ଦେଳେ ବିଷ୍ଣୁ ଦାସ

ଭୁବନେଶ୍ୱର: ରାଜ୍ୟସଭା ସଦସ୍ୟ ପଦରୁ ମଙ୍ଗଳବାର ବିଜେଡି ନେତା ବିଷ୍ଣୁ ଦାସ ଇସ୍ତଫା ଦେଇଛନ୍ତି । ଗତ ୬ ମାସ ତଳେ ବିଷ୍ଣୁ ଦାସ ରାଜ୍ୟସଭାକୁ ନିର୍ବାଚିତ ହୋଇ ଯାଇଥିଲେ  । କିନ୍ତୁ ତାଙ୍କୁ ଗତ ଶନିବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେଡି  ଦଳିତ ସେଲର ଆବାହକ ଭାବେ ନିଯୁକ୍ତି ଦେଇଥିଲେ । ପରେ ପରେ ଶ୍ରୀ ଦାସଙ୍କୁ  ରାଜ୍ୟ ଯୋଜନା ବୋର୍ଡର ଉପାଧ୍ୟକ୍ଷ ଭାବେ ନିଯୁକ୍ତି ଦେବା କଥା ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ପକ୍ଷରୁ ସ୍ପଷ୍ଟ କରାଯାଇଥିଲା । ଉଭୟ ରାଜ୍ୟସଭା ଓ ରାଜ୍ୟ ଯୋଜନା ବୋର୍ଡ  ଉପାଧ୍ୟକ୍ଷ ପଦବି ଅଫିସ ଅଫ୍ ପ୍ରଫିଟ୍ ପରିସରଭୁକ୍ତ ହୋଇଥିବାରୁ ଶ୍ରୀ ଦାସ ଆଜି ରାଜ୍ୟ ସଭାରୁ ଇସ୍ତଫା ଦେଇଛନ୍ତି । ଶ୍ରୀ ଦାସ କହିଛନ୍ତି ମୁଖ୍ୟମନ୍ତ୍ରୀ ତଥା ଦଳର ସଭାପତି ନବୀନ ପଟ୍ଟନାୟକ ତାଙ୍କ ଉପରେ ଏକ ଗୁରୁଦାୟିତ୍ୱ ନ୍ୟସ୍ତ କରିଛନ୍ତି । ଦଳ ତାଙ୍କୁ ଯେତେବେଳେ ଯେଉଁ ଦାୟିତ୍ୱ ଦେଇଛି, ତାହାକୁ ସେ ତୁଲାଇବାକୁ ନିଷ୍ଠାପର ଭାବରେ ଉଦ୍ୟମ କରିଛନ୍ତି । ରାଜ୍ୟ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ପରି ଏକ ଗୁରୁତ୍ୱପୂର୍ଣ୍ଣ ପଦରେ ତାଙ୍କୁ ନିଯୁକ୍ତି ଦେଇଥିବାରୁ ସେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ କୃତଜ୍ଞ ଏବଂ ତାଙ୍କର ନିର୍ଦେଶ ଅନୁସାରେ ସେ କାର୍ଯ୍ୟ କରିବେ ।

ONA

Leave a Reply

Top