You are here
Home > ଲାଟେଷ୍ଟ > ଇସ୍ତଫା ଦେଲେ ୮ ମନ୍ତ୍ରୀ

ଇସ୍ତଫା ଦେଲେ ୮ ମନ୍ତ୍ରୀ

ଭୁବନେଶ୍ୱର: ବଦଳିବ ମୁଖ୍ୟମନ୍ତୀଙ୍କ ମନ୍ତ୍ରୀମଣ୍ଡଳର ରୂପରେଖ । ଆସନ୍ତା କାଲି ଶପଥ ନେଇପାରନ୍ତି ନୂଆମନ୍ତ୍ରୀ  । ଏଥିପାଇଁ ୧୦ଜଣଙ୍କୁ ମନ୍ତ୍ରୀ ପଦ ଛାଡିବାକୁ ପଡିଛି । ଇତିମଧ୍ୟରେ ୮ଜଣ ମନ୍ତ୍ରୀ ସେମାନଙ୍କ ପଦରୁ ଇସ୍ତଫା ଦେଇସାରିଛନ୍ତି  । ସୋମନେ ହେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ ସଞ୍ଜୟ ଦାସବର୍ମା, ପଞ୍ଚାୟତରାଜ ମନ୍ତ୍ରୀ ଅରୁଣ ସାହୁ, ଶକ୍ତିମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ, ନଗର ଉନ୍ନୟନ ମନ୍ତ୍ରୀ ପୁଷ୍ପନ୍ଦ୍ର  ସିଂହଦେଓ, ଉଚ୍ଚ ଶିକ୍ଷାମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀ, କ୍ରୀଡାମନ୍ତ୍ରୀ ସୁଦାମ ମାରାଣ୍ଡି, ଆଦିବାସୀ କଲ୍ୟାଣ ମନ୍ତ୍ରୀ ଲାଲବିହାରୀ ହିମିରିକା ଓ ଗଣଶିକ୍ଷା ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର । ଯୋଗେନ୍ଦ୍ର ବେହେରା ଓ ପ୍ରଦୀପ ଅମାତ ମଧ୍ୟ ଇସ୍ତଫା ଦେବେ । ଇସ୍ତଫା ଦେବା ପାଇଁ ତାଙ୍କୁ ମୁଖ୍ୟମନ୍ତ୍ରୀ କହିଥିବା ଯୋଗେନ୍ଦ୍ର ବେହେରା ସ୍ପଷ୍ଟ କରିଛନ୍ତି ।
  ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ଦଳୀୟ ସଂଗଠନ ପାଇଁ କାର୍ଯ୍ୟ କରିବାକୁ ମନ୍ତ୍ରୀମାନେ ସ୍ୱଇଚ୍ଛାରେ ଇସ୍ତଫା ଦେଇଛନ୍ତି  । । ସେମାନଙ୍କର ଏ ଅବଦନା ପାଇଁ ମୁଁ କୃତଜ୍ଞ । ରାଜ୍ୟପାଳ ଏସସି ଜମିର ନାଗାଲାଣ୍ଡରୁ ଫେରିବା ପରେ ମନ୍ତ୍ରିମଣ୍ଡଳ ଅଦଳବଦଳ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଥିଲା । ସକାଳେ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଓ ପ୍ରତାପ ଦେବ ନବୀନ ନିବାସକୁ ଯାଇଥିଲେ । ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ ମଧ୍ୟ ନବୀନ ନିବାସ ଯାଇଥିଲେ  । ସେ ମାତ୍ର ୨ ମିନିଟ୍ ମଧ୍ୟରେ ସେଠାରୁ ବହାରି ଆସିଥିଲେ ।
ଫେରିଲେ ରାଜ୍ୟପାଳ
ମନ୍ତ୍ରୀମଣ୍ଡଳ ଅଦଳବଦଳ ନେଇ କାଉଣ୍ଟଡାଉନ ଚାଲିଛି  । ରାଜ୍ୟପାଳ ଏସସି ଜମିର ଆସି ସକାଳେ ନାଗାଲାଣ୍ଡରୁ ଫେରିବା ପରେ ଏହି ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଯେଉଁ ମନ୍ତ୍ରୀମାନେ ବାଦ ପଡିବେ ସେମାନଙ୍କୁ ଆଜି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯିବ  ।  ତା ସହିତ ଯେଉଁମାନେ ମନ୍ତ୍ରୀ ହେବେ  ସେମାନଙ୍କ ନିକଟକୁ ଫୋନକଲ ଯିବ ବୋଲି ବିଶେଷ ସୂତ୍ରରୁ ଜଣାପଡିଛି ।

ONA

Leave a Reply

Top