You are here
Home > ଲାଟେଷ୍ଟ > ଇଟାଲୀରେ ସାହାନାଇ

ଇଟାଲୀରେ ସାହାନାଇ

ବିବାହ କରିବେ ବିରାଟ-ଅନୁଷ୍କା । ଖୁଲମଖୁଲା ନୁହେଁ ବରଂ ଦୁହେଁ ଲୁଚିଲୁଚି ବିବାହ କରିବାକୁ ଯାଉଛି । ଭାରତରେ ଲଭ ଆଉ ସାହାନାଇ ବାଜିବ ଇଟାଲୀରେ । ଏଭଳି ଜଣାପଡିବା ପରେ ବିଜୁଳି ବେଗରେ ଚାରିଆଡେ ପ୍ରସାରିତ ହୋଇଯାଇଛି । ଫଳରେ ସାରା ଦେଶରେ ବିରାଟ-ଅନୁଷ୍କାଙ୍କ ମିଷ୍ଟ୍ରିୟସ୍ ଲଭ୍ ମ୍ୟାରେଜକୁ ନେଇ ଚର୍ଚ୍ଚା । ଟିମ୍ ଇଣ୍ଡିଆ ଏବେ ଶ୍ରୀଲଙ୍କା ସହ ସିରିଜ୍ ଖେଳିବା ଜାରି ରଖିଥିବା ବେଳେ ଲେଡି ଲଭ ଅନୁଷ୍କାଙ୍କୁ ସାଥିରେ ଧରି ଛୁ ମାରିଛନ୍ତି ବିରାଟ । କାଳେ କେହି ସନ୍ଦହ କରିବେ, ସେଥିପାଇଁ ଦୁହେଁ ଅଲଗା ଅଲଗା ଯାଇଛନ୍ତି ଇଟାଲୀ । ଅନୁଷ୍କା ଶର୍ମା ମୁମ୍ବାଇରୁ ଏବଂ ବିରାଟ ଦିଲ୍ଲୀରୁ ବିମାନ ଯୋଗେ ଯାତ୍ରା କରିଛନ୍ତି । ଦିଲ୍ଲୀରୁ ଗଲା ବେଳେ ବିରାଟ ବିମାନ ବନ୍ଦରରେ ନିଜକୁ ଲୁଚାଇବା ପାଇଁ ଜାକେଟ୍ରେ ନିଜକୁ ଘୋଡାଇ ରଖିଥିଲେ । ଏପରିକି ସିକ୍ୟୁରିଟି ଷ୍ଟାଫ୍ଙ୍କ ସହ ସେଲଫି ନେବାକୁ ବି ମନା କରିଥିଲେ ବିରାଟ । ଏଥିରୁ ଜଣାପଡୁଛି ଗୋପନରେ ବିବାହ କରିବା ପାଇଁ ବିରାଟ କେତେ ବ୍ୟାକୁଳ ଓ ସତର୍କତା ଅବଲମ୍ବନ କରୁଛନ୍ତି । କେବଳ ବିରାଟ ନୁହଁନ୍ତି ତାଙ୍କ ପରିବାର ଲୋକେ ଏବଂ ନିଜ ନିକଟତର ବନ୍ଧୁମାନେ ମଧ୍ୟ ଇଟାଲୀ ପାଇଁ ଟିକେଟ୍ ବୁକ୍ କରିସାରିଛନ୍ତି । ବିରାଟଙ୍କ କୋଚ୍ ରାଜକୁମାର ଶର୍ମା ମଧ୍ୟ ବିବାହରେ ଯୋଗ ଦେବାକୁ ଆଗୁଆ ଛୁଟିରେ ଅଛନ୍ତି ।
ଅନୁଷ୍କାଙ୍କ ପ୍ରସ୍ତୁତିରେ ମଧ୍ୟ କିଛି ଉଣା ନାହିଁ । ତାଙ୍କ ବାପା, ମା ଓ ବଡ ଭାଇ ମଧ୍ୟ ସାଥି ହୋଇ ଇଟାଲୀ ଗସ୍ତ କରିଛନ୍ତି । ଦୁଇ ପରିବାରଙ୍କ ଗଣହଣରେ ବିରାଟ-ଅନୁଷ୍କା ବିବାହ କରିବା ଖବର ପ୍ରସାରିତ ହେବା ପରେ ପ୍ରଶଂସକଙ୍କ ଖୁସି ଦ୍ୱିଗୁଣିତ ହୋଇଯାଇଛି ।
ସବୁଠୁ ବଡ କଥା ଭାବେ ବିରାଟ ନିଜ ବିବାହକୁ କେବଳ ଦୁଇ ଜଣ କ୍ରିକେଟରଙ୍କୁ ନିମନ୍ତ୍ରଣ କରିଛନ୍ତି । କ୍ରିକେଟ ଗଡ ସଚିନ ତେନ୍ଦୁଲକର ଓ ଯୁବରାଜ ସିଂଙ୍କ ଏହି ସ୍ମରଣୀୟ ବିବାହରେ ଯୋଗ ଦେବାକୁ ଲୁଚାଣିଆ ଭାବେ ବିରାଟଙ୍କଠୁ ନିମନ୍ତ୍ରଣ ପାଇଛନ୍ତି । ଏହି ଦୁଇ କ୍ରିକେଟରଙ୍କ ବ୍ୟତୀତ ବିରାଟ ନିଜର କିଛି ବନ୍ଧୁଙ୍କୁ ଇଟାଲୀ ନିମନ୍ତ୍ରଣ କରିଛନ୍ତି । ବିବାହ ପରେ ଦୁହେଁ ଭାରତ ଫେରିବା ପରେ ମାୟାନଗରୀ ମୁମ୍ବାଇରେ ବଡ ଭେଜି ଦେବେ । ଏହି ଗ୍ରାଣ୍ଡ ପାର୍ଟି ଚଳିତ ମାସ ୨୧ରେ ହେବାର ସମ୍ଭାବନା ଅଛି । ଏଥିରେ ବହୁ କ୍ରିକେଟର, ବଲିଉଡ ଅଭିନେତା, ରାଜନେତା ତଥା ମାନ୍ୟଗଣ୍ୟ ବକ୍ତି ଯୋଗ ଦେବାର ସମ୍ଭାବନା ଅଛି । ତେବେ ଏପର୍ଯ୍ୟନ୍ତ ବିରାଟ କିମ୍ବା ଅନୁଷ୍କା କେହିବି ବିବାହ ସମ୍ପର୍କରେ ପଦୁଟିଏ ମୁହଁଖୋଲି ନାହାନ୍ତି ।

ONA

Leave a Reply

Top