You are here
Home > Breaking News > ଆୟୁଷ୍ମାନ ଭାରତ ଯୋଜନା କାର୍ଯ୍ୟ ନକରିବା ନେଇ କାରଣ ଦର୍ଶାଇଲେ ସ୍ୱାସ୍ଥ୍ୟ ମନ୍ତ୍ରୀ

ଆୟୁଷ୍ମାନ ଭାରତ ଯୋଜନା କାର୍ଯ୍ୟ ନକରିବା ନେଇ କାରଣ ଦର୍ଶାଇଲେ ସ୍ୱାସ୍ଥ୍ୟ ମନ୍ତ୍ରୀ

ଭୁବନେଶ୍ୱର, ୧୪ା୦୬ା୨୦୧୮: କେନ୍ଦ୍ର ସରକାରଙ୍କ ପକ୍ଷରୁ ସାଧାରଣ ଲୋକଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇବା ଦିଗରେ ସହାୟତା କରିବା ପାଇଁ ଆରମ୍ଭ ହେବାକୁ ଯାଉଥିବା ‘ଆୟୁଷ୍ମାନ ଭାରତ’ ଯୋଜନାକୁ ଓଡ଼ିଶା ସରକାର ରାଜ୍ୟରେ କାର୍ଯ୍ୟକାରୀ କରିବା ପାଇଁ ସ୍ପଷ୍ଟ ମନା କରିଦେଇଛନ୍ତି । ଏହାର କାରଣ ମଧ୍ୟ ଦର୍ଶାଇଛନ୍ତି । କେନ୍ଦ୍ର ସରକାରଙ୍କ ‘ଆୟୁଷ୍ମାନ ଭାରତ’ ଯୋଜନା ବଦଳରେ ଓଡ଼ିଶା ସରକାରଙ୍କ ପକ୍ଷରୁ ଭଲ ଯୋଜନା ପ୍ରସ୍ତୁତ କରାଯାଇଥିବା ଦର୍ଶାଯାଇଛି । ବିଜୁ ସ୍ୱାସ୍ଥ୍ୟ ବୀମା ଯୋଜନା ନାଁରେ ଯେଉଁ ପଦକ୍ଷେପ ନିଆଯାଇଛି ସେଥିରେ ରାଜ୍ୟର ସବୁ ଲୋକଙ୍କୁ ସହାୟତା ମଳିପାରିବ । କେନ୍ଦ୍ର ଯୋଜନାରେ ଓଡ଼ିଶାର ବହୁ ଲୋକ ବଞ୍ଚିତ ହୋଇଥାନ୍ତେ । ଏ ସଂପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି, “ଆୟୁଷ୍ମାନ ଯୋଜନା କେବେଠାରୁ ଆରମ୍ଭ ହେବ ସେ ନେଇ କୌଣସି ତାରିଖ, ମାସ କି ସମୟ ଧାର୍ଯ୍ୟ କରାଯାଇ ନାହିଁ । ଏଣୁ ଆମେ ଚାହୁଁନୁ ଓଡ଼ିଶାର ଲୋକେ ଯେଉଁ ସୁବିଧା ସୁଯୋଗ ରହିଛି ସେଥିରୁ ବଞ୍ଚିତ ହୁଅନ୍ତୁ । ତେଣୁ ଆମେ ଆମର ନିଜର କାର୍ଯ୍ୟକ୍ରମ ଆରମ୍ଭ କରିବୁ । ଆମ କାର୍ଯ୍ୟକ୍ରମରେ ସବୁ ବ୍ୟବସ୍ଥା ରହିଛି । ଯେତେବେଳେ ଆମେ ଆମର କାର୍ଯ୍ୟକ୍ରମ ଆରମ୍ଭ କରୁଛୁ ସେତେବେଳେ ଆୟୁଷ୍ମାନ ଭାରତ କାର୍ଯ୍ୟକ୍ରମରେ ଯୋଗଦେବାର ଆବଶ୍ୟକତା କ’ଣ ରହିଲା ।”
ଯୋଗ ନଦେବା ସଂପର୍କରେ ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ, ଆୟୁଷ୍ମାନ ଭାରତ ଯୋଜନାରେ କେନ୍ଦ୍ର ସରକାର ୬୧ ଲକ୍ଷ ଲୋକଙ୍କୁ ସାମିଲ କରିବା କହିଛନ୍ତି । ଏହା କାର୍ଯ୍ୟକାରୀ ହୋଇଥିଲେ ଓଡ଼ିଶାର ୯ ଲକ୍ଷ ଲୋକ ବଞ୍ଚିତ ହୋଇଥାନ୍ତେ । ଆମେ ସମସ୍ତଙ୍କୁ ସାମିଲ କରିବା ପାଇଁ ଆମେ ଦେଇଥିବା ପ୍ରସ୍ତାବକୁ ସେମାନେ ମନା କରିବାରୁ ଓହରିବାକୁ ନିଷ୍ପତ୍ତି ନେଲୁ । ଆମେ ଏହାଠାରୁ ଭଲ ଯୋଜନା ପ୍ରସ୍ତୁତ କରୁଛୁ ।

ONA

Leave a Reply

Top