You are here
Home > ବଡ଼ଖବର > ଆଶୀର୍ବାଦଙ୍କ ଜ୍ୱାଇଙ୍କୁ ଇଡିର ଜେରା

ଆଶୀର୍ବାଦଙ୍କ ଜ୍ୱାଇଙ୍କୁ ଇଡିର ଜେରା

ଭୁବନେଶ୍ୱର: ଓଡ଼ିଶା କ୍ରୀକେଟ୍ ଆସୋସିଏଶନ୍ (ଓସିଏ)ର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରାଙ୍କ ଜ୍ୱାଇ ସଞ୍ଜିତ ସାମଲଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସମନ କରି ଆଜି ପ୍ରାୟ ୩ ଘଣ୍ଟା ଜେରାଛନ୍ତି । ଚିଟ୍ଫଣ୍ଡ ଦୂର୍ନୀତି କଥା ପଦାକୁ ଆସିଲା ପରେ ଶ୍ରୀ ବେହେରା କିଛି ଟଙ୍କା ଅର୍ଥତତ୍ତ୍ୱଠାରୁ ନେଇଥିବା ଜଣାପଡ଼ିଥିଲା । ସିବିଆଇ ତଦନ୍ତ ସମୟରେ ଏହି ଘଟଣାକୁ ନେଇ ଜୋରଦାର ତନାଘନା ହୋଇଥିଲା । ଆଶୀର୍ବାଦ ଓ ତାଙ୍କ ପୁଅକୁ ସିବିଆଇ ଏକାଧିକ ବାର ଡାକି ଜେରା କରିଛି । ଓସିଏକୁ ଅର୍ଥତତ୍ତ୍ୱ ଚିଟ୍ଫଣ୍ଡଠାରୁ ଅର୍ଥ ଆସିବା ଘଟଣା ନେଇ ସିବିଆଇ କିଛିଟା ସନ୍ଦେହ ପ୍ରକାଶ କରିଛି । ସିବିଆଇ ତଦନ୍ତ ଅବ୍ୟାହତ ରହିଛି । ଏବେ ଇଡି ଆଶୀର୍ବାଦଙ୍କ ଜ୍ୱାଇଙ୍କୁ ଡାକି ଜେରା କରିବା ପରେ ଘଟଣା ଭିନ୍ନ ମୋଡ଼ ନେଇଛି । ନିକଟରେ ସିବିଆଇର ଜୁଗ୍ମ ନିର୍ଦ୍ଦେଶକ ଓଡ଼ିଶା ଗସ୍ତରେ ଆସି ଏକ ବୈଠକ କରିଥିଲେ । ଏହି ବୈଠକରେ ସିବିଆଇ ଅଧିକାରୀ, ଇଡିର ଅଧିକାରୀ ଓ ଅନ୍ୟାନ୍ୟ ଅଧିକାରୀମାନେ ଯୋଗ ଦେଇଥିଲେ । ଚିଟ୍ଫଣ୍ଡ ଦୁର୍ନୀତି ତଦନ୍ତ ଶୀଘ୍ର ସାରିବା ପାଇଁ ସୁପ୍ରିମ୍କୋର୍ଟ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି । ଏଣୁ ସିବିଆଇର ବରିଷ୍ଠ ଅଧିକାରୀମାନେ ଆସି ତନାଘନା କରୁଛନ୍ତି । ସିବିଆଇ ଯୁଗ୍ମ ନିର୍ଦ୍ଦେଶ ଫେରିଯିବା ପରେ ଇଡି ଆଶୀର୍ବାଦଙ୍କ ଜ୍ୱାଇଙ୍କୁ ଡାକି ଜେରା କରିବା ପରେ ଏହି ମାମଲାର ଖୋଳତାଡ଼ ପୁଣି ଆରମ୍ଭ ହୋଇଛି । ଆଶୀର୍ବାଦ ଓ ତାଙ୍କ ପୁଅକୁ ଜେରା କରି ସିବିଆଇ ନୀରବ ରହିଯାଇଥିବାରୁ ଏ ଘଟଣାର ଅବସାନ ହେଲା ବୋଲି କୁହାଯାଉଥିଲା । ଆଶୀର୍ବାଦ ଓ ତାଙ୍କ ପୁଅଙ୍କ ପ୍ରତି ଆଉ ବିପଦ ନାହିଁ ବୋଲି ଆଲୋଚନା ହେଉଥିଲା । କିନ୍ତୁ ଜ୍ୱାଇଁଙ୍କୁ ଇଡି ଡାକିବା ପରେ ମାମଲା ବନ୍ଦ ହୋଇ ନଥିବା ସ୍ପଷ୍ଟ ହେଉଛି । ସିବିଆଇ କୌଣସି ଉପାୟରେ ଆଶୀର୍ବଦାଙ୍କ ପାଖରେ ପହଞ୍ôଚବା ପାଇଁ ଯୋଜନା ଚଳାଇଥିବା ଏଥିରୁ ସୂଚନା ମିଳୁଛି । ଇଡି ଆଶୀର୍ବାଦଙ୍କ ଜ୍ୱାଇଙ୍କୁ ଡାକି ଜେରା କରିବା ପରେ ଏହାର କାରଣ ସମ୍ପର୍କରେ ସଞ୍ଜିତ କହିଛନ୍ତି ବାରବାଟିର ଠିକାଦାର କାମ ସେ ନେଇଥିବାରୁ ଏ ସମ୍ପର୍କରେ ଇଡି ତାଙ୍କୁ ପଚରା ଉଚୁରା କରୁଛନ୍ତି । ସଞ୍ଜିତଙ୍କୁ ଇଡି ଡାକି ପଚାରିବା ପରେ ଆଗକୁ ସିବିଆଇ ଆଉ କେଉଁମାନଙ୍କୁ ଏ ବିବାଦ ଭିତରକୁ ଆଣୁଛି ତାହା ଦେଖିବାକଥା ।

ONA

Leave a Reply

Top