You are here
Home > ଲାଟେଷ୍ଟ > ଆଦାୟ ହୋଇପାରନି ୭୪୪୬.୭୩ କୋଟି ଟଙ୍କାର ରାଜସ୍ୱ

ଆଦାୟ ହୋଇପାରନି ୭୪୪୬.୭୩ କୋଟି ଟଙ୍କାର ରାଜସ୍ୱ

ଭୁବନେଶ୍ୱର: ରାଜ୍ୟରେ ୭୪୪୬ କୋଟି ୭୩ ଲକ୍ଷ ଟଙ୍କାର ରାଜସ୍ୱ ଆଦାୟ ହୋଇପାରିନି । ଏନେଇ ସୋମବାର ବିଧାନସଭାର ଶୂନ୍ୟକାଳରେ ଅର୍ଥମନ୍ତ୍ରୀ ପ୍ରଦୀପ ଅମାତ ତଥ୍ୟ ଉପସ୍ଥାପନ କରିଛନ୍ତି  । ଜଳ କର, ବାଣିଜ୍ୟ କର, ପ୍ରବେଶ ଓ ଅବକାରୀ କର ବାବଦକୁ ଏହି ଅର୍ଥ ପଡି ରହିଥିବା ସେ କହିଛନ୍ତି । ଅମାତଙ୍କ ତଥ୍ୟ ଅନୁସାରେ ଶକ୍ତି ବିଭାଗର ୩୯ଟି ସଂସ୍ଥା ଉପରେ ୧୨୭୯ କୋଟି ୭୭ ଲକ୍ଷ ଟଙ୍କା ରାଜସ୍ୱ ବାକି ରହିଛି । ବାଣିଜ୍ୟ ବିଭାଗର ୧୦୯ଟି ସଂସ୍ଥା ଉପରେ ୨୦୮୫ କୋଟି ବାକି ରହିଛି । ଜଳସମ୍ପଦ ବିଭାଗର ୫୭ଟି ସଂସ୍ଥା ଉପରେ ୨୧୨୧ କୋଟି ୩୧ ଲକ୍ଷ ଟଙ୍କା ବାକି ପଡିଛି । ସେହିପରି ଖଣି ବିଭାଗର ବିଭିନ୍ନ ସଂସ୍ଥା ଠାରୁ ୧୮୪୬କୋଟି  ଟଙ୍କା ଆଦାୟ ହୋଇପାରିନାହିଁ । ରାଜ୍ୟ ଓ କେନ୍ଦ୍ର ସରକାରୀ ସଂସ୍ଥା ଉପରେ ୩୨୫୫ କୋଟି ୧୪ ଲକ୍ଷ ଟଙ୍କା ବାକି  ପଡିଛି । ଅବକାରୀ ବିଭାଗ ଉପରେ ୬୦ କୋଟି ଟଙ୍କାର ରାଜସ୍ୱ ବାକି ରହିଛି । ଅମାତ କହିଛନ୍ତି, ବକେୟା ରାଜସ୍ୱ ଆଦାୟ ପାଇଁ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଉଛି । ଆପୋଷ ଆଲୋଚନା ସହ ବିଭିନ୍ନ  କୋର୍ଟରେ ପଡି ରହିଥିବା ମାମଲାର ତ୍ୱରିତ ସମାଧାନ ପାଇଁ ସରକାରଙ୍କ ପକ୍ଷରୁ ପଦକ୍ଷେପ ନିଆଯାଉଛି । ପ୍ରତିମାସ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ହେଉଛି । ରାଜସ୍ୱ ଆଦାୟ ପାଇଁ ଫୋକସ୍ ଏରିଆ ରିକଭରୀ ମନିଟରିଂ ସିଷ୍ଟମ ପ୍ରଚଳନ କରାଯାଇଛି । ୨୦୧୫ ଡିସେମ୍ବରରୁ ୨୦୧୬ ଡିସେମ୍ବର ମଧ୍ୟରେ ଆଇଓସିଏଲ୍ ଉପରେ ୧୪୮୫ କୋଟି ଟଙ୍କା ଭାଟ ବାକି ରହିଛି । ଏହି ବକେୟା ଅର୍ଥ ପୈଠ ପାଇଁ ଆଇଓସିଏଲ୍କୁ ଖୁବଶୀର୍ଘ ନୋଟିସ କରାଯିବ ।

ONA

Leave a Reply

Top