You are here
Home > Breaking News > ଆଜିଠୁ ଆଇପିଏଲ୍ ଟି୨୦: ରୋହିତ-ଧୋନୀଙ୍କ ମଧ୍ୟରେ ହେବ ଟକ୍କର

ଆଜିଠୁ ଆଇପିଏଲ୍ ଟି୨୦: ରୋହିତ-ଧୋନୀଙ୍କ ମଧ୍ୟରେ ହେବ ଟକ୍କର

ମୁମ୍ବାଇ: ଆଜିଠୁ ଆରମ୍ଭ ହେଉଛି ଇଣ୍ଡିଆନ ପ୍ରିମିୟର୍ ଲିଗ୍ (ଆଇପିଏଲ୍) ଟି-୨୦ କ୍ରିକେଟ ଟକ୍କର । ୨୦୧୮ ମସିହା ଆଇପିଏଲ୍ର ଏହା ହେଉଛି ୧୧ଶ ସଂସ୍କରଣ । ଆଜି ଏହି କ୍ରିକେଟ ମହାକୁମ୍ଭ ଆରମ୍ଭ ହୋଇ ମେ ୨୭ ତାରିଖରେ ଫାଇନାଲ ମ୍ୟାଚ ଖେଳାଯିବ । ଆଜି ପ୍ରଥମ ମୁକାବିଲାରେ ମହେନ୍ଦ୍ର ସିଂ ଧୋନୀଙ୍କ ଚେନାଇ ସୁପର କିଙ୍ଗ୍ ଭେଟୁଛି ରୋହିତ ଶର୍ମାଙ୍କ ନେତୃତ୍ୱାଧିନ ମୁମ୍ବାଇ ଇଣ୍ଡିଆନ୍ସ ଟିମ୍କୁ ।

ଆଜି ସନ୍ଧ୍ୟାବେଳେ ମୁମ୍ବାଇର ୱାଂଖେଡ଼େ ଷ୍ଟାଡ଼ିୟମରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହିତ ଅନୁଷ୍ଠିତ ହେବ ଉଦଘାଟନୀ କାର୍ଯ୍ୟକ୍ରମ । ଉଦଘାଟନ ପରେ ରାତି ୮ଟା ବେଳେ ୨୦୧୮ ଆଇପିଏଲର ପ୍ରଥମ ଟି-୨୦ ମ୍ୟାଚ୍ ଅନୁଷ୍ଠିତ ହେବ । ବିଶ୍ୱର ନାମୀଦାମୀ କ୍ରିକେଟ ଷ୍ଟାରମାନଙ୍କୁ ନେଇ ଏହି ଟି-୨୦ ଟୁର୍ଣ୍ଣାମେଣ୍ଟରେ ଓହ୍ଲାଇବେ ୮ଟି ଶକ୍ତିଶାଳୀ ଦଳ । ସେଗୁଡ଼ିକ ହେଲେ – ମୁମ୍ବାଇ ଇଣ୍ଡିଆନ୍ସ, ଚେନ୍ନାଇ ସୁପରକିଙ୍ଗସ, ରୟାଲ ଚ୍ୟାଲେଞ୍ଜ ବାଙ୍ଗାଲୋର, କିଙ୍ଗସ୍ ଇଲେଭେନ ପଞ୍ଜାବ, କୋଲକାତା ନାଇଟ ରାଇଡ଼ର୍ସ, ରାଜସ୍ଥାନ ରୟାଲ୍ସ, ଦିଲ୍ଲୀ ଡ଼େୟାରଡ଼େଭିଲ୍ସ ଓ ସନରାଇଜର୍ସ ହାଇଦରାବାଦ ।

ONA

Leave a Reply

Top