You are here
Home > ଲାଟେଷ୍ଟ > ଆଚାର୍ଯ୍ୟ ମହାଶ୍ରମଣଙ୍କୁ ଓଡ଼ିଶାରେ ସ୍ୱାଗତ ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର

ଆଚାର୍ଯ୍ୟ ମହାଶ୍ରମଣଙ୍କୁ ଓଡ଼ିଶାରେ ସ୍ୱାଗତ ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର

ଭୁବନେଶ୍ୱର: ଜୈନ ଧର୍ମର ସନ୍ଥ ଆଚାର୍ଯ୍ୟ ମହାଶ୍ରମଣ ୨୦୧୪ ମସିହା ଠାରୁ ଅହିଂସା ପଦଯାତ୍ରାରେ ବାହାରି ଆଜି ଓଡ଼ିଶା ମାଟିରେ ପାଦ ପକାଇଛନ୍ତି । ଚାରି ବର୍ଷରେ ୪୦ ହଜାର କିମି ପଦବ୍ରଜରେ ବାହାରିଥିବା ଏହି ମହାନ୍ ସନ୍ଥଙ୍କୁ ଓଡ଼ିଶା ମାଟିରେ ସ୍ୱାଗତ କରିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଜଗନ୍ନାଥଙ୍କ ପବିତ୍ର ମାଟିରେ ଶାନ୍ତିମାନବିକତା ଓ ଅହିଂସାର ବାର୍ତ୍ତା ନେଇ ପହଂଚିଥିବା ଆଚାର୍ଯ୍ୟଙ୍କୁ ସ୍ୱାଗତ ଜଣାଇ ମନ୍ତ୍ରୀ ପ୍ରଧାନ ମହାଶ୍ରମଣଙ୍କ ସାନ୍ନିଧ ରାଜ୍ୟର ସାମାଜିକ ଜୀବନକୁ ନୈତିକ ଶକ୍ତି ପ୍ରଦାନ କରିବ ବୋଲି ସେ ଆଶା ପ୍ରକଟ କରିଛନ୍ତି । ଆଚାର୍ଯ୍ୟ ମହାଶ୍ରମଣ ନୈତିକତାସଦଭାବନା ଏବଂ ନିଶାମୁକ୍ତି ବାର୍ତ୍ତା ନେଇ ଜାତୀୟ ରାଜଧାନୀ ଦିଲ୍ଲୀର ଲାଲକିଲା ଠାରୁ ପଦଯାତ୍ରା ଆରମ୍ଭ କରି ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ପହଂଚିଛନ୍ତି ।

ONA

Leave a Reply

Top