You are here
Home > ଅଧିକ ଖବର > ଆଗ୍ରେସିଭ ମୁଡରେ ଯୁବରାଜ

ଆଗ୍ରେସିଭ ମୁଡରେ ଯୁବରାଜ

ଆଜି କାଲି କଂଗ୍ରେସ ଯୁବ ରାଜ ଉପାଧ୍ୟକ୍ଷ ରାହୁଲ ଗାନ୍ଧି ଆଗ୍ରେସିଭ ମୁଡକୁ ଆସିଯାଇଛନ୍ତି । ପୂର୍ବରୁ ଭିନ୍ନ ପ୍ରସଂଗରେ ଅଧିକ ମୁହଁ ଖୋଲୁ ନଥିବା ରାହୁଲ ଗତ କିଛି ଦି ହେଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ତାଙ୍କ ସରକାରଙ୍କୁ ଆଟାକ କରିଚାଲିଛନ୍ତି । ଖାସ କରି ସୋସିଆଲ ମିଡିଆରେ ସ୍ୱର ଶାଣିତ କରିଛନ୍ତି ରାହୁଲ । ମୋଦିଙ୍କ ଆର୍ଥିକ ନୀତିକୁ ସମାଲୋଚନା କରି ଚାଲିଛନ୍ତି । ଜିଏସଟିକୁ ଗବର ସିଂ ଟାକ୍ସ କହିଥିବା ରାହୁଲ ସୋଶାଲ ମିଡିଆରେ ମୋଦିଙ୍କୁ ଟାର୍ଗେଟ୍ କରି ଶୁଖିଲା ଭାଷଣ ବନ୍ଦ କରି କାର୍ଯ୍ୟରେ କରି ଦେଖାଇବାକୁ ଆହ୍ୱାନ ଦେଇଛନ୍ତି । ନଚେତ୍ ଗାଦି ଛାଡ଼ିବାକୁ କହିଛନ୍ତି । ୧୬ ମାସ ଭିତରେ ରନ୍ଧନ ଗ୍ୟାସ୍ ଦର ୧୯ ଥର ବୃଦ୍ଧି ପାଇବା ସମ୍ପର୍କରେ ଖବରକାଗଜ ରିପୋର୍ଟ ଉଲ୍ଲେଖ କରି ରାହୁଲ ମୋଦିଙ୍କୁ ଆକ୍ଷେପ କରି କହିଛନ୍ତି,“ଗ୍ୟାସ୍ ମହଙ୍ଗା, ରାସନ୍ ମହଙ୍ଗା । ତୁଚ୍ଛା ଭାଷଣ ବନ୍ଦ କରି ଦରଦାମ୍ ନିୟନ୍ତ୍ରଣ କରନ୍ତୁ । ନଚେତ୍ ଗାଦି ଛାଡ଼ନ୍ତୁ ।”ବୋଲି କହିଛନ୍ତି । ରାହୁଲ ଟ୍ୱିଟର୍ରେ ସରକାରଙ୍କ ଆର୍ଥିକ ନୀତିକୁ ସମାଲୋଚନା କରିଛନ୍ତି । ହିମାଚଳ ପ୍ରଦେଶ ଓ ଗୁଜରାଟରେ ଦଳର ପ୍ରଚାରକୁ ଲକ୍ଷ୍ୟକରି ଏଭଳି କହିଛନ୍ତି । ଗତ କିଛି ଦିନ ହେଲା, ସେ ମୋଦିଙ୍କୁ ସମାଲୋଚନା କରି ବେକାରୀ ସମସ୍ୟା ବଢ଼ୁଥିଲା ବେଳେ ତାଙ୍କ ସରକାର କୌଣସି ପଦକ୍ଷେପ ନେଉନାହିଁ ବୋଲି ଆକ୍ଷେପ କରି ଚାଲିଛନ୍ତି । ସପଟେ ବିଜେପି ମଧ୍ୟ ରାହୁଲଙ୍କୁ ଏହାର ଜବାବ ଦେବାକୁ ପଛାଇ ନାହିଁ । ଦଳର ମୁଖପାତ୍ର ସମ୍ବିତ୍ ପାତ୍ର ରାହୁଲଙ୍କୁ କଡ଼ା ଜବାବ ଦେଇ କହିଛନ୍ତି, “କଂଗ୍ରେସ କ୍ଷମତାରେ ଥିଲା ବେଳେ ସବୁଠାରୁ ବେଶୀ ଦୁର୍ନୀତି ହୋଇଛି । ନିଯୁକ୍ତି ସୁଯୋଗ ନଥିଲା କି ରାସନ୍ ସୁବିଧା ନଥିଲା । ତେବେ ବି ଯୁବରାଜ ଗାଦି ପାଇଁ କ’ଣ ଉପଯୁକ୍ତ?”

ONA

Leave a Reply

Top