You are here
Home > ଲାଟେଷ୍ଟ > ଆକ୍ସନ ମୁଡରେ ମହାରଥୀ

ଆକ୍ସନ ମୁଡରେ ମହାରଥୀ

କଟକ: କାର୍ଯ୍ୟରେ ଅବହେଳା କାଳ ହେଲା  । ମନ୍ତ୍ରୀ ପ୍ରଦୀପ ମହାରଥୀ ସାଲେପୁର ବ୍ଲକ କାର୍ଯ୍ୟାଳୟର ୨ ଅଧିକାରୀଙ୍କୁ ନିଲମ୍ବନ କରିଛନ୍ତି । ବ୍ଲକ ଉନ୍ନୟନ ସହ ଅଧିକାରୀ ପ୍ରସନ୍ନ କୁମାର ମଲ୍ଲିକ୍ ଏବଂ ଆକାଉଣ୍ଟ ଅଫିସର ଦାୟିତ୍ୱରେ ଥିବା ଭାରତୀ ପ୍ରିୟଦର୍ଶିନୀ ପି୍ରୟମ୍ବଦାଙ୍କୁ ନିଲମ୍ବିତ କରିଛନ୍ତି । ଏତଦଭିନ୍ନ ୮ଜଣ ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ ଦିଆଯାଇଛି । ବିଡିଓଙ୍କ ସମେତ ବ୍ଲକର ଗ୍ରାମ ପଞ୍ଚାୟତ ଅଫିସର(ଜିପିଓ), ଶାସନ ଅଧିକାରୀ,ସହ ଅଧିକାରୀ(ଏଇ), କନିଷ୍ଠ ଯନ୍ତ୍ରୀ(ଜେଇ) ଏବଂ ଅନ୍ୟ ୩ଜଣଙ୍କୁ ନୋଟିସ୍ ଦିଆଯାଇଛି । ସୂଚନାମୁତାବକ, ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ ମହାରଥୀ ଆଜି ସାଲେପୁର ବ୍ଲକକୁ ଅଚାନକ ଗସ୍ତ କରିଥିଲେ । ଏବିଡିଓଙ୍କ ସହ ବହୁ ଅଧିକାରୀ ଅଫିସରେ ଅନୁପସ୍ଥିତ ଥିବାରୁ ସେ ନିଲମ୍ବନ କରିବା ସହ କାରଣ ଦର୍ଶାଅ ନୋଟିସ୍ ଦେଇଥିଲେ  । ଏହି ଅବ୍ୟବସ୍ଥାକୁ ନେଇ ମନ୍ତ୍ରୀ ମହାରଥୀ ପ୍ରଶ୍ନ ଉଠାଇଛନ୍ତି  । ଯଦି ଉପକୂଳରେ ଏପରି ଅବସ୍ଥା ତା ହେଲେ ଉପଦ୍ରୁତ ଅଞ୍ଚଳରେ  ପରିସ୍ଥିତି କିପରି ଥିବ ବୋଲି ସେ ପ୍ରଶ୍ନ କରିଛନ୍ତି  ।

ONA

Leave a Reply

Top