You are here
Home > ଲାଟେଷ୍ଟ > ଆଇଆଇଟି ଛାତ୍ରୀଙ୍କୁ ଯୌନ ନିର୍ଯାତନା

ଆଇଆଇଟି ଛାତ୍ରୀଙ୍କୁ ଯୌନ ନିର୍ଯାତନା

ଭୁବନେଶ୍ୱର: ଚାକିରି ହେଉକି ଶିକ୍ଷାନୁଷ୍ଠାନ, ସବୁଠି ଝିଅମାନେ ନିଜକୁ ସୁରକ୍ଷିତ  ମନେ କରୁନାହାନ୍ତି । ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଇଣ୍ଡିଆନ୍ ଇନଷ୍ଟିଚୁ୍ୟଟ୍ ଅଫ୍ ଟେକନଲୋଜି ଭୁବନେଶ୍ୱରରେ  । ଏହି ଶିକ୍ଷାନୁଷ୍ଠାନରେ ନିର୍ଯାତନାର ଶିକାର ହୋଇଥିବା ଜଣେ ପିଏଚଡି ଛାତ୍ରୀ ଥାନାରେ ଏତଲା ଦେଇଛନ୍ତି । ଭୁବନେଶ୍ୱର ମହିଳା ଥାନାରେ ଛାତ୍ରୀ ଜଣକ ତାଙ୍କ ଓକିଲଙ୍କ ସହିତ ଆସି ପ୍ରଫେସର ପିଡି ରେଡ୍ଡୀ ଅଭିଯୋଗ କରିଛନ୍ତି । ୨୦୧୨ରୁ ପଶ୍ଚିମବଙ୍ଗରୁ ଆସି ଭୁବନେଶ୍ୱର ଆଇଆଇଟିରେ ପିଏଚଡି ଛାତ୍ରୀ ଜଣକ ଅଧ୍ୟୟନ କରୁଥିଲେ ।  ସେହି ସମୟରେ ତାଙ୍କର ଗାଇଡ୍ ଥିଲେ ପ୍ରଫେସର ପିଡି ରେଡ୍ଡୀ  । ତାଙ୍କୁ ଏକାନ୍ତ  ବ୍ୟକ୍ତିଗତ ପ୍ରଶ୍ନ ପଚାରି ହଇରାଣ କରିବା ସହ ତାଙ୍କ ସ୍ୱାମୀଙ୍କୁ ଛାଡପତ୍ର ଦେବାକୁ ବାଧ୍ୟ କରୁଥିଲେ  । ତାଙ୍କ କଥା ନମାନିବାରୁ ଛାତ୍ର ଓ ତାଙ୍କ ସ୍ୱାମୀଙ୍କର ପିଏଚ୍ଡି  ପଂଜିକରଣକୁ ବାତିଲ କରିଦେଇଥିଲେ । ତେବେ ଏନେଇ ୨୦୧୬ରେ ଆଇଆଇଟି କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ । ଅନ୍ତରୀଣ ତଦନ୍ତ କରାଯାଇ ଛାତ୍ରୀଙ୍କୁ ରିପୋର୍ଟ ଦିଆଯାଇଛି । କିନ୍ତୁ ଇଣ୍ଟରନାଲ ଇନଭେଣ୍ଟିଗେସନ୍ରେ ଆସିଥିବା ରିପୋର୍ଟରେ ସନ୍ତୁଷ୍ଟ ନଥିବା ଛାତ୍ରୀ ଜଣକ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି  ।

ONA

Leave a Reply

Top