You are here
Home > ଲାଟେଷ୍ଟ > ଅର୍ଥତତ୍ତ୍ୱକୁ ଇଡି ଛାଟ

ଅର୍ଥତତ୍ତ୍ୱକୁ ଇଡି ଛାଟ

ଭୁବନେଶ୍ୱର: ଭଣ୍ଡ ସାରଥୀ ବାବା, ସୁର ବାବା, ଡି-ବ୍ରଦର୍ସ ପରେ ପାଳିପଡିଛି ଅର୍ଥତତ୍ତ୍ୱର  । ପ୍ରବର୍ତ୍ତନ ନିର୍ଦେଶାଳୟ ଅର୍ଥତତ୍ତ୍ୱ ବିରୋଧରେ  କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସଂସ୍ଥାର ଅବୈଧ ୧୩ କୋଟି ୩୦ ଲକ୍ଷ ଟଙ୍କାର ସ୍ଥାବର ଅସ୍ଥାବର ସମ୍ପତ୍ତି ଜବତ କରିଛି । ଏଥିରେ ଜମି, କୋଠାବାଡି ଆଦି ୧୦ କୋଟି ମୂଲ୍ୟର ସମ୍ପତ୍ତି ଜବତ କରାଯାଇଛି । ଏହା ସହ ଇଡି ଏକ ସଂସ୍ଥାକୁ ଘର ପାଇଁ ଏଟି ଦେଇଥିବା ୩ କୋଟି ଟଙ୍କା ମଧ୍ୟ ଜବତ କରିଛି । ସୂଚନାଯୋଗ୍ୟ କି, ଏହି କିଛି ଦିନ ହେବ ଇଡି ବାବା ସାରଥି, ସୁର ଓ ଡି-ବ୍ରଦର୍ସର ସମ୍ପତ୍ତି ଜବତ କରିଛି । ଇଡି, ଗୁରୁବାର ସୁରବାବା ଓରଫ୍ ସୁରେନ୍ଦ୍ର ମିଶ୍ରଙ୍କ ୧୫ କୋଟି ଟଙ୍କାର ସମ୍ପତ୍ତି  ଜବତ କରିଥିବା ବେଳେ ମଙ୍ଗଳବାର ଭଣ୍ଡ ସାରଥୀ ବାବାଙ୍କ ମୋଟ୍ ୧୧ କୋଟି ୪୦ ଲକ୍ଷ ଟଙ୍କାର ବ୍ୟାଙ୍କ ଜମା ସାମିଲ ଥିବା ବେଳେ ଭୁବନେଶ୍ୱରରେ ୨ଟି ଘର ରହିଛି ।

ONA

Leave a Reply

Top