You are here
Home > ବଡ଼ଖବର > ଅନୁଗୋଳରେ ଜିନ୍ଦଲ୍ ପ୍ଲାଣ୍ଟ୍ ଲୋକାର୍ପିତ :୬ ନିୟୁତ ଟନ୍ କ୍ଷମତା ବିଶିଷ୍ଟ ଇସ୍ପାତ ପ୍ରକଳ୍ପ

ଅନୁଗୋଳରେ ଜିନ୍ଦଲ୍ ପ୍ଲାଣ୍ଟ୍ ଲୋକାର୍ପିତ :୬ ନିୟୁତ ଟନ୍ କ୍ଷମତା ବିଶିଷ୍ଟ ଇସ୍ପାତ ପ୍ରକଳ୍ପ

ଭୁବନେଶ୍ୱର:ଅନୁଗୋଳର ନିଶାଠାରେ ଜିନ୍ଦଲ ଷ୍ଟିଲ୍ ଆଣ୍ଡ୍ପା ୱାର୍ (ଜେଏସ୍ପିଏଲ୍) କମ୍ପାନୀର ୬ ନିୟୁତ କ୍ଷମତା ବିଶିଷ୍ଟ ସମନ୍ୱିତ ଇସ୍ପାତ କାରଖାନାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଲୋକାର୍ପିତ କରିଛନ୍ତି । ଏହି କାରଖାନାଦ୍ୱାରା ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ସହ ତାହା ରାଜ୍ୟକୁ ବିକାଶ ପଥରେ ଆଗେଇ ନେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । କାରଖାନାର ଲୋକାର୍ପଣ ଅବସରରେ ଆୟୋଜିତ ଉସôବରେ ମୁଖ୍ୟମନ୍ତ୍ରୀ କହିଲେ ଯେ ସମୃଦ୍ଧ ଓଡିଶା ଗଠନ ଦିଗରେ ଏହା ଏକ ଉଲ୍ଲେଖନୀୟ ମାଇଲ୍ଷ୍ଟୋନ୍ ହେବ । ଦେଶରସମୁଦାୟ ଷ୍ଟିଲ୍ରୁ ୨୦ ପ୍ରତିଶତରୁ ଊଦ୍ଧ୍ୱର୍ଓ ଡ଼ିଶାରେ ଉତ୍ପାଦିତ ହେଉଛି । ଜେଏସପିଏଲ୍ର ଏହି ଉଦ୍ୟମ ଯୋଗୁ ସିଧାସଳଖ ୩୦ ହଜାର ଓ ପରୋକ୍ଷ ଭାବେ ଏକ ଲକ୍ଷ ଲୋକ ରୋଜଗାରକ୍ଷମ ହେବେ । ଏଥିପାଇଁ ମୁଖ୍ୟମନ୍ତ୍ରୀ ଜେଏସପିଏଲ୍ ତଥା ଏହାର ଅଧ୍ୟକ୍ଷ ନବୀନ ଜିନ୍ଦଲଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ । ଜେଏସ୍ପିଏଲ୍ର ଅଧ୍ୟକ୍ଷ ନବୀନ ଜିନ୍ଦଲ ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଦେବା ସହ ରାଜ୍ୟ ସରକାରଙ୍କ ଶିଳ୍ପନୀତି ତାଙ୍କୁ ଏଠାରେ ପ୍ଳାଣ୍ଟ ପ୍ରତିଷ୍ଠା କରିବା ଦିଗରେ ଉସôାହିତ କରିଛି ବୋଲି କହିଥିଲେ । ସେ କହିଲେ ଯେ ସ୍ୱର୍ଗତ ବିଜୁ ପଟ୍ଟନାୟକ ଓ ସ୍ୱର୍ଗତ ଓପି ଜିନ୍ଦଲ ଦିନେ ଓଡ଼ିଶାରେ ବୃହତ୍ଇ ସ୍ପାତ ପ୍ରକଳ୍ପ ପ୍ରତିଷ୍ଠା ପାଇଁ ଯେଉଁ ସ୍ୱପ୍ନ ଦେଖିଥିଲେ ଆଜି ତାହା ସାକାର ହୋଇଛି । ଏହି ଉତ୍ସବରେ ଓପି ଜିନ୍ଦଲ ଗ୍ରୁପ୍ର ମହାଧ୍ୟକ୍ଷା ଶ୍ରୀମତୀ ସାବିତ୍ରୀ ଜିନ୍ଦଲ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ପରିବହନ ମନ୍ତ୍ରୀ ଡା. ନୃସିଂହ ଚରଣ ସାହୁ, ବିଧାୟକ ମହେଶ ସାହୁ, ରଜନୀକାନ୍ତ ସିଂହ, ସଞ୍ଜୀବ ସାହୁ, ବ୍ରଜ କିଶୋର ପ୍ରଧାନ, ସୁଶାନ୍ତ କୁମାର ବେହେରା, ଜିଲ୍ଲାପାଳ ଅନିଲ କୁମାର ସାମଲଙ୍କ ସମେତ ବହୁ ପଦାଧିକାରୀ ଏଥିରେ ଉପସ୍ଥିତ ଥିଲେ । ପରେ ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରର ନୂତନ ଇସ୍ପାତ ନୀତି ୨୦୧୭କୁ ଶ୍ରୀ ଜିନ୍ଦଲ ସ୍ୱାଗତ କରିବା ସହ ଆଗାମୀ ଦିନରେ ଏହା ଇସ୍ପାତ ଶିଳ୍ପର ଅଭିବୃଦ୍ଧିରେ ସହାୟକ ହେବ ବୋଲି କହିଥିଲେ । ସେ କହିଲେ ଯେ ଜେଏସ୍ପିଏଲ୍ର ୪୬ ହଜାର କୋଟି ଟଙ୍କାର ଋଣ ଭାର ରହିଛି । ତଥାପି କମ୍ପାନୀ ଏହି ବୃହତ୍ ପ୍ଲାଣ୍ଟ୍ ପାଇଁ ୩୩ ହଜାର କୋଟି ଟଙ୍କା ବିନିଯୋଗ କରିବ । ୬ ନିୟୁତ ଟନ୍ କ୍ଷମତା ବିଶିଷ୍ଟ ସମନ୍ୱିତ ଇସ୍ପାତ ପ୍ରକଳ୍ପ ପାଇଁ ବହୁତ କିଛି ହୋଇ ନଥିଲେ ମଧ୍ୟ ବ୍ୟାପକ ଉତ୍ପାଦନ ବୃଦ୍ଧି ଓ ଆର୍ଥିକ ବ୍ୟବସ୍ଥା ମାଧ୍ୟମରେ ଋଣ ବୋଝ ହ୍ରାସ ପାଇଁ ଉଦ୍ୟମ କରାଯାଉଛି । ଏହି ସମନ୍ୱିତ ଇସ୍ପାତ ପ୍ରକଳ୍ପ ଭିତରେ ୪ ନିୟୁତ ଟନ୍ କ୍ଷମତା ବିଶିଷ୍ଟ ଦେଶର ସର୍ବବୃହତ୍ ବ୍ଲାଷ୍ଟ ଫର୍ଣ୍ଣେସ, ସର୍ବବୃହତ୍ ୧.୮ ନିୟୁତ ଟନ୍ କ୍ଷମତା ବିଶିଷ୍ଟ ଡିଆର୍ଆଇ ପ୍ଲାଣ୍ଟ, କୋଲ୍ ଗ୍ୟାସିଫିକେସନ୍ ପ୍ଲାଣ୍ଟ୍, ୪ ନିୟୁତ ଟନ୍ର ସିଣ୍ଟର୍ ପ୍ଲାଣ୍ଟ୍, ୨ ନିୟୁତ ଟନ୍ର କୋକ୍ ଓଭନ୍ ପ୍ଲାଣ୍ଟ୍, ୩ ନିୟୁତ ଟନ୍ର ଷ୍ଟିଲ୍ ମେଲ୍ଟିଂ ପ୍ଲାଣ୍ଟ୍, ୧.୨ ନିୟୁତ ଟନ୍ର ପ୍ଲେଟ୍ ମିଲ୍, ୧.୪ ନିୟୁତ ଟନ୍ର ବାର୍ ମିଲ୍ ଓ ୮୧୦ ମେଗାୱାଟ୍ ବିଶିଷ୍ଟ କ୍ୟାପଟିଭ୍ ପାୱାର୍ପ୍ଲା ଣ୍ଟ୍ ରହିଛି । ବଡ଼ବିଲରୁ ଅନୁଗୋଳକୁ ୨୦୦ କିମି ପାଇପ୍ ଲାଇନ୍ ଜରିଆରେ ଲୁହାପଥର ସ୍ଲରି ଅଣାଯିବାର ଯୋଜନା ଅଛି ବୋଲି ଶ୍ରୀ ଜିନ୍ଦଲ ପ୍ରକାଶ କରିଥିଲେ । ଅନୁଗୋଳରେ ଏହି ସମନ୍ୱିତ ଇସ୍ପାତ ଶିଳ୍ପ ବିକାଶ ଦିଗରେ ଏକ ମାଇଲଖୁଣ୍ଟ ହେବ ବୋଲି ସେ କହିଥିଲେ ।

ONA

Leave a Reply

Top