You are here
Home > ଲାଟେଷ୍ଟ > ଅନୁଗୁଳରେ ରହସ୍ୟମୟ ଟ୍ରିପଲ ମର୍ଡର

ଅନୁଗୁଳରେ ରହସ୍ୟମୟ ଟ୍ରିପଲ ମର୍ଡର

ଅନୁଗୁଳ: ଅନୁଗୁଳ କିଶୋରନଗରରେ ଗମ୍ଭାରୀମଳିଆ ଗାଁରେ ୩ଜଣଙ୍କୁ ହତ୍ୟା କରାଯାଇଛି । ଗୋଟିଏ ପରିବାରର ବାପା, ମା ଓ ପୁଅକୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି । ପତ୍ନୀଙ୍କ ମୃତଦେହ ଗମ୍ଭାରୀଆମାଳ ଗାଁର ଏକ ଘର ଭିତରୁ  ମିଳିଛି । ତେବେ ତାଙ୍କ ସ୍ୱାମୀଙ୍କ ମୃତ ଦେହ ଗାଁ ଠାରୁ ୭୫ କିଲୋମିଟର ଦୁରରେ ଥିବା ଆଠମଲ୍ଲିକ ପୋକଣ୍ଡା ପୋଲ ନିକଟରୁ ଉଦ୍ଧାର କରାଯାଇଛି । ସେହିପରି ୪ବର୍ଷର ପୁଅର ମୃତ ହେବ ପୋକଣ୍ଡା ପୋଲର ପାଖାପାଖି ଅଞ୍ଚଳରେ ପଡିଥିବା ଦେଖିବାକୁ ମିଳିଥିଲା । ମୃତ ଦମ୍ପତ୍ତିଙ୍କ ପରିଚୟ ମିଳିଛି । ଏମାନେ ହେଲେ ବିରଞ୍ଚି ନାୟକ ଓ ପତ୍ନୀ ତରଣୀ ନାୟକ ।
  ଗତକାଲି ବିଳମ୍ବିତ ରାତିରେ ଏମାନଙ୍କୁ ହତ୍ୟା କରାଯାଇଛି । ଆଜି ସକାଳୁ  ପ୍ରଥମେ ସ୍ୱାମୀ ଓ ସ୍ତ୍ରୀର ମୃତ ହେବ ମିଳିବା ବେଳେ ପୁଅ ନିଖୋଜ ଥିଲା । ମାତ୍ର କିଛି ସମୟ ପରେ ପୁଅକୁ ମଧ୍ୟ ହତ୍ୟା କରାଯାଇଥିବା ଜଣାପଡିଛି । କିନ୍ତୁ ତାଙ୍କର ଏକ ଦୁଇ ବର୍ଷର ଝିଅ ଘରେ ରହିଛି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି । ହତ୍ୟାର କାରଣ ଜଣାପଡି ନାହିଁ ।  ଘରୁ ଡକାୟତି ପରେ ସମସ୍ତଙ୍କୁ ହତ୍ୟା କରାଯାଇଥିବା ସନେ୍ଦହ କରାଯାଉଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । 

ONA

Leave a Reply

Top