You are here
Home > ଲାଟେଷ୍ଟ > ଅନଶନରେ ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତି ଓ ଅଧ୍ୟାପକ

ଅନଶନରେ ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତି ଓ ଅଧ୍ୟାପକ

ଭୁବନେଶ୍ୱର: ସାଇନ୍‌ ଏ ଡାଏ ଉଠିବା ପରେ ଉତ୍କଳ ବିଶ୍ୱବିଦ୍ୟାଳୟ ଖୋଲିଥିଲା । କିନ୍ତୁ ନିର୍ବାଚନ କରିବା ଦାବିରେ ଗତକାଲି ପୁଣି ଥରେ ବିଶ୍ୱ ବିଦ୍ୟାଳୟ ପରିସରରେ ଅଶାନ୍ତି ସୃଷ୍ଟି ହୋଇଥିଲା । ବିଶ୍ୱବିଦ୍ୟାଳୟ କୁଳପତି ସୌମେନ୍ଦ୍ର ମୋହନ ପଟ୍ଟନାୟକ ଶାନ୍ତି ଫେରାଇ ଆଣିବାକୁ ଅନଶନରେ ବସିଛନ୍ତି । କୁଳପତିଙ୍କ ସହିତ ଅନ୍ୟ ଅଧ୍ୟାପକ ଓ ବିଭିନ୍ନ ବିଭାଗର ମୂଖ୍ୟ ମଧ୍ୟ ସାମିଲ ହୋଇଛନ୍ତି । କୁଳପତି ନିଜ କାର୍ଯ୍ୟାଳୟ ସମ୍ମୁଖରେ ଅନଶନରେ ବସିଛନ୍ତି ।  ଗତକାଲି ବିଶ୍ୱବିଦ୍ୟାଳୟରେ ସାଇନ ଏ ଡାଏ ହଟିବା ପରେ ଛାତ୍ରଛାତ୍ରୀ ମାନେ ହଷ୍ଟେଲକୁ ଫେରିଥିଲେ । ମୁଖ୍ୟଫାଟକ ଆଗରେ ପରିଚୟ ପତ୍ର ଦେଖାଇ ସମସ୍ତଙ୍କୁ କ୍ୟାମ୍ପସ୍‌ ଭିତରକୁ ଛଡ଼ା ଯାଇଥିଲା । ମାତ୍ର ନିର୍ବାଚନ କରିବା ଦାବିରେ ଛାତ୍ରଛାତ୍ରୀମାନେ କୁଳପତିଙ୍କ କାର୍ୟ୍ୟାଳୟ ଘେରାଉ କରିଥିଲେ । ଫଳରେ ପୁଣିଥରେ ବିଶ୍ୱବିଦ୍ୟାଳୟରେ ଅଶାନ୍ତର ବାତାବରଣ ଦେଖିବାକୁ ମିଳିଛି । ଏହା ପରେ କୁଳପତି ଛାତ୍ରଛାତ୍ରୀଙ୍କୁ ୪ଟି ପ୍ରସ୍ତାବ ଦେଇଥିଲେ । ୪ଟି ପ୍ରସ୍ତାବ ଗୃହୀତ ହେଲେ ଛାତ୍ର ସଂସଦ ନିର୍ବାଚନ କରାଯିବ ବୋଲି କୁଳପତି ପ୍ରତିଶ୍ରୁତି ଦେଇଛନ୍ତି । ସେ ନେଇ ପୂର୍ବାହ୍ନରେ ତିନୋଟି ଛାତ୍ର ସଂଗଠନର ପ୍ରାର୍ଥୀମାନଙ୍କ ସହିତ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ସହିତ ବୈଠକ ବସିବାର ରହିଛି ।

ONA

Leave a Reply

Top